ଦଶପଲ୍ଲା ବିଧାୟକ ଙ୍କ ଶକ୍ତି ପ୍ରଦର୍ଶନ : ୫ ହଜାରରୁ ଉର୍ଦ୍ଧ୍ବ ମହିଳା ସାମିଲ ହୋଇ ଦଶପଲ୍ଲା ବିଧାୟକ ଙ୍କ ଲୋକ ପ୍ରୀୟତା ପ୍ରମାଣିତ କରିଛି

ବିଶାଳ ମହିଳା ସମାବେଶ କୁଚାକ୍ରୀ ମାନଙ୍କୁ ସ୍ତବ୍ଧ କରିଦେଇଛି

୫ ହଜାରରୁ ଉର୍ଦ୍ଧ୍ବ ମହିଳା ସାମିଲ ହୋଇ ଦଶପଲ୍ଲା ବିଧାୟକ ଙ୍କ ଲୋକ ପ୍ରୀୟତା ପ୍ରମାଣିତ କରିଛି .

୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୂଆଗାଁ :-> ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ୍ ରେ ହୋଇଥିବା ଐତିହାସିକ ମହିଳା ସମାବେଶ ଦଶପଲ୍ଲା ବିଧାୟକ ଙ୍କ ଲୋକ ପ୍ରୀୟତା ପ୍ରମାଣିତ କରିଛି।ଏଭଳି ମହିଳା ସମାବେଶ କୁଚାକ୍ରି ମାନଙ୍କ ପାଟି ଚୁପ୍ କରିଦେଇଛି।ନୂଆଗାଁ ବ୍ଲକ ସଦର ମହକୁମାରେ ବିଶାଳ ମହିଳା ସମାବେଶ , ମିଶନ ଶକ୍ତି ଗୃହ ଓ ୫ଟି ପ୍ରକଳ୍ପ ଶୁଭ ଉଦଘାଟନ ହୋଇଯାଇଛି ।

ନୂଆଗାଁ ବ୍ଲକ ବିଜୁ ଜନତା ଦଳ ତରଫରୁ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ଵରେ ବିଜେଡି ୫ହାଜର ରୁ ଉର୍ଦ୍ଧ୍ବ ମହିଳା ମାନଙ୍କ ଉପସ୍ଥିତିରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ସେଠାରୁ ଏକ ବିରାଟ ରାଲିରେ ବଜାର ପରିକ୍ରମା କରି ବ୍ଲକ ନିକଟରେ ଥିବା ମିଶନ ଶକ୍ତି ଗୃହ ନିକଟରେ ପହଞ୍ଚି ବ୍ଲକ ମିଶନ ଶକ୍ତି ଗୃହ ମାନ୍ୟବର ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଶୁଭ ଉଦଘାଟନ କରିଥିଲେ । ଏହା ପରେ ନୂଆଗାଁ ହାଇସ୍କୁଲ ପଡିଆରେ ପହଞ୍ଚି ଏକ ସଭାର ଅୟୋଜନ ହୋଇଥିଲା।

ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ୩୮କୋଟି ୩୦ଲକ୍ଷ ବ୍ୟୟରେ ୫ଟି ରାସ୍ତାର ଶୁଭ ଉଦଘାଟନ କରିଥିଲେ। ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ଅଧ୍ୟକ୍ଷା ଜାନକୀ ଦେହୁରୀ,ଦଶପଲ୍ଲା ଅଧ୍ୟକ୍ଷା ସୁନନ୍ଦା ସାହୁ, ଉପାଧ୍ୟକ୍ଷା ଅନୁପମା ବେହେରା, ମହିଳା ବିଜେଡି ନାରୀ ନେତ୍ରୀ ସଂଯୁକ୍ତା ଦାସଗୁପ୍ତା, ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ,୧୭ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା, ୨୨ଟି ପଞ୍ଚାୟତର ସମସ୍ତ ଜନପ୍ରତିନିଧି ସମେତ ବରିଷ୍ଠ ବିଜେଡି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ପୁଣି ବିଧାୟକ କରାଇବା ପାଇଁ ମହିଳା ମାନଙ୍କୁ ଅନୁରୋଧ କରିଥିଲେ। ଏଥି ସହ ଅତିଥି ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଶକ୍ତୀକରଣ ପାଇଁ ନେଇଥିବା ଗୁରୁ୍ତ୍ବପୂର୍ଣ୍ଣ ପଦକ୍ଷେପ ଗୁଡ଼ିକୁ ବର୍ଣ୍ଣନା କରିବା ସହିତ ମହିଳାମାନେ ସାମାଜିକ,

ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଅଗ୍ରଗତି ହୋଇପାରିବେ ସେ ନେଇ ବିଜେଡି ସରକାର ସଂକଳ୍ପବଦ୍ଧ ବୋଲି ସେ କହିଥିଲେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଦଶପଲ୍ଲାରେ ବିଜେଡି ଦଳ କିପରି ସୁଦୃଢ ହେବ ସେ ନେଇ ମାନ୍ୟବର ବିଧାୟକ ଶ୍ରୀ ବେହେରା ଦଶପଲ୍ଲା, ଗଣିଆ ନିଜର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଆଜି ନୂଆଗାଁ ବ୍ଲକର ମହିଳା ମାନଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଥିଲେ। ଯାହାକି ଆଗାମୀ ଦିନରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦଳ ସୁଦୃଢ ହେବ ସହ ନିର୍ବାଚନ ବୈତରଣୀ ପାର ହେବ ସହଜ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଜୋର ଚର୍ଚ୍ଚା ଚାଲିଛି।

Exit mobile version