ଖୋର୍ଦ୍ଧାରୋଡ ମଣ୍ଡଳ ଦ୍ଵାରା ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ:ସମର୍ପିତ ମହିଳା କର୍ମଚାରୀଙ୍କୁ ସମ୍ମାନିତ

୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :-> ବିଶ୍ଵ ବ୍ୟାପୀ ମହିଳାମାନଙ୍କ ସାମାଜିକ, ଅର୍ଥନତିକ, ସାଂସ୍କୃତିକ ତଥା ରାଜନୈତିକ ସଫଳତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ।

ସମସ୍ତ ମହିଳା କର୍ମଚାରୀଙ୍କୁ ସମ୍ମାନ ଜଣାଇ ଖୋର୍ଦ୍ଧାରୋଡ ମଣ୍ଡଳ ଦ୍ଵାରା ଟ୍ରାଫିକ୍ କଲୋନୀ ରେଲୱେ କଲ୍ୟାଣ ମଣ୍ଡପରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ ଅନ୍ୟ ଶାଖା ଅଧିକାରୀଙ୍କ ସହ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ ସମସ୍ତ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ତାଙ୍କର ସକ୍ରିୟ ଅଂଶଗ୍ରହଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମହିଳା କର୍ମଚାରୀମାନେ ମଣ୍ଡଳର ଗର୍ବ ବୋଲି ସେ କହିଛନ୍ତି। ଆନ୍ତର୍ଜାତୀୟ ମହିଳା ଦିବସ ପାଳନର ଏକ ଅଂଶ ଭାବେ ମଣ୍ଡଳର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ୨୨ ଜଣ ସମର୍ପିତ ମହିଳା କର୍ମଚାରୀଙ୍କୁ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ପୁରସ୍କୃତ କରିଥିଲେ।

ଏହି ଉତ୍ସବରେ ମହିଳା କର୍ମଚାରୀଙ୍କ ପାଇଁ ଆୟୋଜିତ ପ୍ରବନ୍ଧ ଏବଂ କୁଇଜ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ କର୍ମଚାରୀ ଏଵଂ ତାଙ୍କ ପିଲାମାନେ ଏବଂ ଭାରତ ସ୍କାଉଟ୍ସ ଏବଂ ଗାଇଡର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନ କରାଯାଇଥିଲା । ଖୋର୍ଦ୍ଧାରୋଡ ମଣ୍ଡଳର ବରିଷ୍ଠ କାର୍ମିକ ଅଧିକାରୀ ଶ୍ରୀ ଆର୍ ଏନ ଏ ପରିଡ଼ା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Exit mobile version