ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନ(ଇକ୍ରୋ) ଖୋର୍ଦ୍ଧା ରୋଡ଼ ଦ୍ୱାରା “ଆନ୍ତର୍ଜାତୀୟ ମହିଳା ଦିବସ” ପାଳନ କରାଯାଇଛି

୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା – ଜଟଣୀ :-> ପୂର୍ବତଟ ରେଲୱେ ମହିଳା କଲ୍ୟାଣ ସଂଗଠନ(ଇକ୍ରୋ) ଖୋର୍ଦ୍ଧା ରୋଡ ଦ୍ୱାରା ଟ୍ରାଫିକ୍ କଲୋନୀ ସ୍ଥିତ ନ୍ୟୁ ଅଫିସର୍ସ କ୍ଲବରେ “ଆନ୍ତର୍ଜାତୀୟ ମହିଳା ଦିବସ” ପାଳନ କରାଯାଇଛି ।

ଯାହାର ଲକ୍ଷ୍ୟ ହେଉଛି ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ସଫଳତାକୁ ଚିହ୍ନିବା । ଏହି ଅବସରରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ୨୬ ଜଣ ସର୍ବୋତ୍ତମ ମହିଳା କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା ।

ମହିଳା କଲ୍ୟାଣ ସଂଗଠନର ସଭାନେତ୍ରୀ ଶ୍ରୀମତୀ ଗୁର୍ ସିମ୍ରନ୍ କୌର ଏହି ଅବସରରେ ଉଦବୋଧନ ଦେଇ କହିଛନ୍ତି ଯେ “ମହିଳାମାନେ ସମାଜର ପ୍ରକୃତ ସ୍ଥପତି ଅଟନ୍ତି ଏବଂ ଜୀବନରେ ଅନେକ ବାଧା ଦୂର କରିବାକୁ ସେମାନଙ୍କର ଶକ୍ତି ଅଛି।

ସେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ସମସ୍ତ ମହିଳା କର୍ମଚାରୀଙ୍କୁ ତାଙ୍କର କଠିନ ପରିଶ୍ରମ ଏବଂ ସେବା ମନୋଭାବ ପାଇଁ ଅଭିନନ୍ଦନ ଜଣାଇଛନ୍ତି।ଏହି ଅବସରରେ ମହିଳା କର୍ମଚାରୀଙ୍କ ପାଇଁ ବିଭିନ୍ନ ଖେଳର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ମଧୁଲିକା ମଣ୍ଡଳ ମହିଳା କଲ୍ୟାଣ ସଂଗଠନର ଉପ ସଭାନେତ୍ରୀ, ଶ୍ରୀମତୀ ପ୍ରିୟଙ୍କା ନାଗୱାନି, କଲ୍ୟାଣ ସଂଗଠନର ସଚିବ ଏବଂ ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।

Exit mobile version