କାଙ୍କଣ ଶିଖରୀରେ ନନ୍ଦିଘୋଷ ରଥ ଚକ ପ୍ରତିଷ୍ଠାର ୯ମବର୍ଷ ପୂର୍ତ୍ତି ଉତ୍ସବ

୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :-> ଶ୍ରୀ ଜଗନ୍ନାଥଙ୍କ ଗୁପ୍ତ ଲୀଳା କ୍ଷେତ୍ର ଚିଲିକା ବ୍ଲକ୍ ଅନ୍ତର୍ଗତ ନଈରୀ ଉପକଣ୍ଠ ଚିଲିକା ମଧ୍ୟସ୍ଥ କାଙ୍କଣକୁଦ ରେ ନବ କଳେବର ବର୍ଷ ର ନନ୍ଦିଘୋଷ ରଥ ଚକ ପ୍ରତିଷ୍ଠାର ୯ମ ବର୍ଷ ପୂର୍ତ୍ତି ଉତ୍ସବ ଆଜି ମହା ସମାରୋହରେ ଶ୍ରୀ ଜଗନ୍ନାଥ ଲୀଳା କ୍ଷେତ୍ର ଟ୍ରଷ୍ଟ, କାଙ୍କଣଶିଖରୀ ଓ ଶ୍ରୀ ଜଗନ୍ନାଥ ମନ୍ଦିର ସମନ୍ଵୟ ପରିଷଦ, ବାଣପୁର -ଚିଲିକା ମଣ୍ଡଳ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ବିଭିନ୍ନ ବୈଦିକ ବିଧି ବିଧାନ ପରେ ଶ୍ରଦ୍ଧାଳୁ ଓ ଆଗନ୍ତୁକ ତଥା ନିମନ୍ତ୍ରିତ ଅତିଥି ମାନଙ୍କ ସମାବେଶରେ ତିନି ଵିଗ୍ରହ ବିରାଜିତ ମଞ୍ଚ ରେ ଏକ ଆଧ୍ୟାତ୍ମିକ ସଭା ଭଜନ କାର୍ଯ୍ୟକ୍ରମ ପରେ ଅନୁଷ୍ଠିତ ହୋଇଥିଲା।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୁରୀ ରାଧାବଲ୍ଲଭ ମଠର ମଠାଧୀଶ ତଥା ଶ୍ରୀ ଜଗନ୍ନାଥ ଲୀଳା ଟ୍ରଷ୍ଟ ର ଉପଦେଷ୍ଟା ରାମକୃଷ୍ଣ ଦାସ ବାବାଜୀ ମହାରାଜ , ସମ୍ମାନିତ ଅତିଥି ଭାବେ ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ର ଅଧ୍ୟକ୍ଷ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ଓଡ଼ିଆଵିଭାଗ ମୁଖ୍ୟ ପ୍ରଫେସର ଡଃ ସୁରେନ୍ଦ୍ର ନାଥ ଦାଶ, ଦେବେନ୍ଦ୍ର ଦାଶ, ଡଃ ତାପସ ପଣ୍ଡା,ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର, ସନାତନ ବଳବନ୍ତରାୟ, ଚିଲିକା ବ୍ଲକ୍ ର ପ୍ରାକ୍ତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ ପ୍ରମୁଖ ଜଗନ୍ନାଥ ସଂସ୍କୃତି ଉପରେ ସାରଗର୍ଭକ ଆଲୋଚନା କରିଥିଲେ।

ଏହି ଅବସରରେ ସମ୍ମାନ ଜନକ ଶ୍ରୀ ବଳଭଦ୍ର ସମ୍ମାନରେ ବିଶିଷ୍ଟ ସମାଜସେବୀ ସୁକାନ୍ତ ବିଶ୍ଵାଳ, ଶ୍ରୀ ଜଗନ୍ନାଥ ସମ୍ମାନ ରେ ଗିନିଜ୍ ବୁକ୍ ଅଫ୍ ରେକର୍ଡସ୍ ବିଜେତା ଡ଼ାଃ ସୁରେନ୍ଦ୍ର ନାଥ ଦାସ,ମା ସୁଭଦ୍ରା‌ ସମ୍ମାନ ରେ ନେହେରୁ ସେବା ସଂଘ, ବାଣପୁର ର ସମ୍ପାଦିକା ସୁଶ୍ରୀ ସରୋଜିନୀ ଦାଶ, ଶ୍ରୀ ସୁଦର୍ଶନ ସମ୍ମାନ ରେ ପ୍ରାକ୍ତନ ଶିକ୍ଷକ ସତ୍ୟେନ୍ଦ୍ର କୁମାର ସ୍ଵାଇଁ ଏବଂ ନନ୍ଦିଘୋଷ ସମ୍ମାନରେ ବାଲୁଗାଁ କାଳିଜାଈ ମଟର ବୋଟ୍ ଆସୋସିଏସନ୍ ର ସଭାପତି ସନାତନ ବଳିୟାର ସିଂହ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଶ୍ରୀ ଜଗନ୍ନାଥ ଲୀଳା କ୍ଷେତ୍ର ପ୍ରଚାର ପ୍ରସାର ସମ୍ମାନ ରେ ଚିଲିକା ବାଣପୁର ଅଞ୍ଚଳର ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ବରିଷ୍ଠ ସାମ୍ବାଦିକ ନ୍ରୃସିହ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ କୁ ସନ୍ ଯୋଜନା କରିଥିବା ବେଳେ ଡଃ ସୁଶାନ୍ତ କୁମାର ସାହୁ ସାମଗ୍ରିକ ପରିଚାଳନା କରିଥିଲେ।

Exit mobile version