ଈଶ୍ୱର ଚନ୍ଦ୍ର ବେହେରାଙ୍କ ସ୍ମୃତି ଚାରଣ ସଭା ଓ ସ୍ମରଣୀକା ଉନ୍ମୋଚନ

ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ନିକଟସ୍ଥ କାଚରାମାଳ ଗ୍ରାମର କର୍ମଯୋଗୀ ସ୍ୱର୍ଗତ ଈଶ୍ୱର ଚନ୍ଦ୍ର ବେହେରାଙ୍କ ମହାପ୍ରୟାଣ ୨୧ ତମ ଦିବସ ଉପଲକ୍ଷେ, ଏକ ସ୍ମୃତି ଚାରଣ ସଭା ଏବଂ ସ୍ମରଣୀକା ଉନ୍ମୋଚନ ଉତ୍ସବ ପୁତ୍ର ଗଣେଶ ଚନ୍ଦ୍ର ବେହେରାଙ୍କ ଆବାହକତ୍ୱରେ , ତାଙ୍କ ବାସ ଭବନ ଠାରେ ମଙ୍ଗଳବାର ରାତିରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସଭାରେ ସମାଜସବୀ ସ୍ୱାଧୀନଚେତା ମହାନ୍ତି ଅଧ୍ୟକ୍ଷତା କରିଥିଲେ ।

ଏହି ଉତ୍ସବରେ ଶିକ୍ଷାବିତ ଗୁଣନିଧି ପଟ୍ଟନାୟକ , ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁମନ ବେହେରା, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ରମେଶ ଚନ୍ଦ୍ର ବେହେରା, ଦେବେନ୍ଦ୍ର ବେହେରା, ସାମ୍ବାଦିକ କାନନ ବିହାରୀ ନାୟକ, ଯୋଗଦେଇ କର୍ମଯୋଗୀ ଈଶ୍ୱର ସ୍ମରଣୀକାକୁ ଉନ୍ମୋଚନ କରି କହିଲେ ଯେ, ଈଶ୍ୱର ଚନ୍ଦ୍ର ବେହେରା ଜଣେ କର୍ମଯୋଗୀ ବ୍ୟକ୍ତି ଥିଲେ ।

ସେ ତାଙ୍କ ଜୀବନରେ ପ୍ରତ୍ୟେକ କାର୍ଯ୍ୟକୁ ନିଷ୍ଠାର ସହ ତୁଲାଇ ଆସୁଥିଲେ । ଜୀବନରେ ସେ ବହୁଦୁଃଖ କଷ୍ଟ ସହ୍ୟକରି ମଧ୍ୟ ନିଜର ପିଲା ମାନଙ୍କୁ ଉଚ୍ଚ ଶିକ୍ଷିତ କରିପାରିଥିଲେ । ସେହି ପରି ନିଜେ ଦାରିଦ୍ର୍ୟତା ଯୋଗୁଁ ଅଧିକ ପାଠ ପଢ଼ିବାର ସେ ସୁଯୋଗ ପାଇ ପାରିନଥିଲେ । ହେଲେ ସେ ଅନ୍ୟମାନଙ୍କୁ ଶିକ୍ଷିତ ଞାନୀ କରିବା ପାଇଁ ପୁସ୍ତକ ବ୍ୟବସାୟ ଭୁବନେଶ୍ୱର କ୍ୟାପିଟାଲ ହାଟରେ ଏକ ବହିଦୋକାନ କରି ସମସ୍ତଙ୍କୁ ଶିକ୍ଷାର ଞାନ ବାଣ୍ଟିଥିଲେ ।

ପୁସ୍ତକ ବ୍ୟବସାୟ ସାଙ୍ଗକୁ ଚାଷ କାର୍ଯ୍ୟ ଏବଂ ଗୋ ସେବାରେ ନିଜକୁ ନିୟୋଜିତ କରିପାରିଥିଲେ । ୯୫ ବର୍ଷ ବୟସରେ ମଧ୍ୟ ସେ ନିଜକୁ କାର୍ଯ୍ୟ କରିବାରେ ପଛଘୁଞ୍ଚା ଦେଇନଥିଲେ । ସେ ସବୁବେଳେ ନିଜର କର୍ମକୁ ଗୁରୁତ୍ୱ ଦେଉଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଅମୂଲ୍ୟ କୁମାର ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରମେଶ ଚନ୍ଦ୍ର ବେହେରା । ତାଙ୍କୁ ପରିବାର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Exit mobile version