ମାଙ୍କଡ଼ା ପଥର ବୋଝେଇ ଟ୍ରକ କୁ ପୋଲିସ ଜବତ

ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା :-> ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ବଡ଼ପୋଖରିଆ ଛକ ନିକଟରୁ ଆଜି ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକ କୁ ପୋଲିସ ଜବତ କରିଛି। ସୂଚନାଯୋଗ୍ୟ କି ଆଜି ପୋଲିସ ପାଟ୍ରୋଲିଙ୍ଗ କରୁଥିବାବେଳେ ଚାନ୍ଦପୁର ଥାନା ଓସ୍ତପଡ଼ା ଆଡୁ ଏକ ପଥର ବୋଝେଇ ଟ୍ରକ ନଂ ଓ ଆର ୦୨ ବି ବି ୨୦୫୦ ଆସୁଥିବାର କୌଣସି ସୂତ୍ରରୁ ଖବର ପାଇ ପୋଲିସ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ସଦଳବଳେ ଏହାକୁ ଅଟକାଇ ଥିଲେ।

ପରେ କାଗଜ ପତ୍ର ଯାଞ୍ଚ କରିବାରେ ପଥର ନେବା ପାଇଁ ଉଦ୍ଦିଷ୍ଟ କାଗଜ ନ ଥିବାରୁ ଗାଡ଼ିକୁ ଜବତ୍ କରିଥିଲେ। ଘଟଣାସ୍ଥଳରୁ ଜଂକିଆ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ଡ୍ରାଇଭର ସରୋଜ ପ୍ରଧାନ (୩୦) ଓ ଅନ୍ୟଜଣେ ଚାନ୍ଦପୁର ଥାନା ଚଂପାଗଡ ଗ୍ରାମର ଜଗନ୍ନାଥ ମହାରଣା (୨୫)ଙ୍କୁ ଗିରଫ କରିଛି ପୋଲିସ। ଜଂକିଆ ଥାନା କେସ ନଂ ୯୦/୨୪ ରେ ମାମଲା ରୁଜୁ ହୋଇଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Exit mobile version