ସୁବାସ ଚନ୍ଦ୍ର ସାମନ୍ତରାୟ ଙ୍କ ସୃତିଚାରଣ ସଭା ଅନୁଷ୍ଠିତ

ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଵେଗୁନିଆ/ସିକୋ :-> ବେଗୁନିଆ ବ୍ଲକ ବୋତଳମା ପଞ୍ଚାୟତ ଅନ୍ତର୍ଗତ ବାଦବାରବାଟି ଗ୍ରାମରେ ସ୍ବର୍ଗତ ସୁବାସ ଚନ୍ଦ୍ର ସାମନ୍ତରାୟ ଙ୍କ ଏକଦଶାହ ତିଥି ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । କବି ଜମ୍ବେଶ୍ଵର ମଙ୍ଗରାଜ ସଂଯୋଜନାରେ ଆୟୋଜିତ ସଭାରେ ପ୍ରବଚକ ପ୍ରଫୁଲ୍ଲ କୁମାର ଦାଶ ଅଧ୍ୟକ୍ଷତାରେ ରାଜ୍ୟକ୍ଷେତ୍ରୀୟ ଖଣ୍ଡାୟତ

କଳକୀ ସେନା ତରଫରୁ ଆୟୋଜିତ ଏହି ସଭାରେ କବି ଲକ୍ଷ୍ମୀଧର ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପରମାତ୍ମା ଓ ଜୀବ ମୁକ୍ତି ସଂପର୍କରେ ସ୍ମୃତିଚରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳକୀ ସେନା ସଭାପତି ଯୋଗୀନାଥ ବଳିଆରସିଂହ ଓ ବିଷ୍ଣୁ ପ୍ରସାଦ ସାମନ୍ତରାୟ ଓ ନବ କିଶୋର ବିଧାର ଅତିଥି ଭାବରେ ଯୋଗଦେଇ ସୁବାସ ଙ୍କ ର ଗୁଣ କର୍ତ୍ତନ କରିଥିଲେ। ପ୍ରାରମ୍ଭରେ ଫୋଟଚିତ୍ରରେ  ମାଲ୍ୟପଣ, ଶାନ୍ତି ପାଠ , ନୀରବ ପ୍ରାର୍ଥନା ସହିତ ଶୋକ ସନ୍ତପ୍ତ ପରିବାର ପାଇଁ ଆଶୀର୍ବାଦ ପ୍ରଦାନ କରି ସ୍ଵେଚ୍ଛାସେବୀ , ସମାଜ ସଂଗଠନ ସ୍ବର୍ଗତ ସୁବାସ ଙ୍କ ସ୍ମୃତି ଚାରଣ କରିଥିଲେ

Exit mobile version