ଟ୍ରକ ଦୁର୍ଘଟଣାରେ ଚାଳକ ଗୁରୁତର : ସଂକଟାପନ୍ନ ଅବସ୍ଥାରେ ଟାଙ୍ଗୀରୁ ଭୂବନେଶ୍ୱର ମେଡିକାଲକୁ  ସ୍ଥାନାନ୍ତରିତ

ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚାନ୍ଦପୁର :-> ନମ୍ବର ଜାତୀୟ ରାଜପଥ ନାଚୁଣୀ ଓଭର ବ୍ରିଜ ଉପରେ ଟ୍ରକ ପଛରେ ପିଟିହେଲା ଟ୍ରକ। ଚାଳକ ଗୁରତର।ଗୁରୁତର ଚାଳକଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲ । ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି ।

ଗତ କାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ରୁ ଗୋଟିଏ ଲୁହା ପଥର ବୋଝେଇ ଟ୍ରକ  କୋଲକାତା ଯାଉଥିବା ବେଳେ ସେହି ଟ୍ରକ ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଟ୍ରକର ଚାଳକ ଟ୍ରକକୁ ନାଚୁଣୀ ଓଭର ବ୍ରିଜ ଉପରେ ରଖିଦେଇ ମରାମତି ପାଇଁ ଅପେକ୍ଷା କରିଥିଲେ।

ତେବେ ଗତ କାଲି ବିଳମ୍ବିତ ରାତିରେ  ଅନ୍ୟ ଏକ ଲୁହା ପଥର ବୋଝେଇ ଟ୍ରକ ବିଶାଖାପାଟଣା ରୁ କୋଲକାତା ଯାଉଥିବା ବେଳେ ଟ୍ରକ ଚାଳକଙ୍କର ଆଖି ଲାଖି ଯିବାରୁ ଟ୍ରକ ଟି ଭାରସାମ୍ୟ ହରାଇ ଖରାପ ହୋଇଥିବା ଟ୍ରକ ପଛରେ ପିଟି ହୋଇଥିଲା।ଫଳରେ ଟ୍ରକର କ୍ୟାବିନ ଟି ସମ୍ପୂର୍ଣ ଭାବେ ଭାଙ୍ଗି ରୁଜି   ଚୂରମାର ହୋଇ ଯାଇଥିଲା।

ଟ୍ରକ ଚାଳକ ଜଣକୁ ଗୁରୁତର ଅବସ୍ଥାରେ କ୍ୟାବିନ  ମଧ୍ୟରୁ ଚିଲିକା ଅଗ୍ନିଶମ ବାହିନୀ ର ଯବାନ ମାନେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପରେ ଚାଳକଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି।ଚାଳକଙ୍କ ର ଗୋଟିଏ ଗୋଡ଼ ସମ୍ପୂର୍ଣ ଭାବେ ଦୁଇଖଣ୍ଡ ହୋଇ ଯାଇଛି।

Exit mobile version