ଦଶପଲ୍ଲାରେ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଧୁମ ଧାମରେ ପାଳିତ

ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା :->  ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ରାଷ୍ଟ୍ରବାଦୀ ନେତା ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜୟନ୍ତୀ । ଏଥି ନିମନ୍ତେ ଦଶପଲ୍ଲା ନିର୍ବାଚନମଣ୍ଡଳୀର ୩ ଗୋଟି ବ୍ଲକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏହାକୁ ମହାସମାରୋହରେ ପାଳନ କରାଯାଇଛି । ପ୍ରଭାତରେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ରଘୁନାଥ ମନ୍ଦିର ଠାରୁ ଏକ ଗଣଦୌଡ କାର୍ଯ୍ୟକ୍ରମ ମେଡ଼ିକାଲ ଛକ ପର୍ଯ୍ୟନ୍ତ ହୋଇଥିଲା । ସେଠାରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଦଶପଲ୍ଲା ଡାକ୍ତରଖାନା, ବୃଦ୍ଧାଶ୍ରମରେ ଫଳ ବଣ୍ଟନ କରାଯାଇଥିଲା ।

ପରେ ମେଡ଼ିକାଲ ଛକ ଠାରୁ ତ୍ରିନାଥ ଛକ ପର୍ଯ୍ୟନ୍ତ ଏକ ବାଇକ୍ ଶୋଭାଯାତ୍ରା ହୋଇଥିଲା ପରେ ବିଜୁ ପଟ୍ଟନାୟକ ୧୦୮ ତମ ଜନ୍ମ ଜୟନ୍ତୀ ଉଦ୍ଦେଶ୍ୟରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା ।ଏହି ସଭାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବହୁ ଜନ ପ୍ରତିନିଧି ସାମିଲ ହୋଇଥିଲେ ।ଏହି ସଭାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କହିଥିଲେ ନିଃସ୍ୱାର୍ଥପର ଲୋକସେବାର ପ୍ରତୀକ,

ପ୍ରବାଦ ପୁରୁଷ, ମହାନ ରାଷ୍ଟ୍ରନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁବାବୁଙ୍କର ଆମ ଦେଶ ତଥା ଜାତି ପ୍ରତି ଅମୂଲ୍ୟ ଅବଦାନ ରହିଛି । ସଶକ୍ତ ଏବଂ ପୂର୍ଣ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ତାଙ୍କର ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ସବିଶେଷ ଆଲୋଚନା କରିଥିଲେ ।ତତ୍ ସହିତ ଉପସ୍ଥିତ ସମସ୍ତ ସଦସ୍ୟ ଏକ ‘ସମୃଦ୍ଧ, ସଶକ୍ତ, ନବୀନ ଓଡ଼ିଶା ଗଠନ ନିମନ୍ତେ ଶପଥ ଗ୍ରହଣ ମଧ୍ୟ କରିଥିଲେ ।

Exit mobile version