ନାଚୁଣୀ ମହାବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ଵ୍ରୃତ୍ତି ପ୍ରଦାନ ଉତ୍ସବ

ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା  :->  ପଞ୍ଚାୟତିରାଜ ଦିବସ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ନାଚୁଣୀ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଵ୍ରୃତ୍ତି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ନୂଆ -ଓ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ସ୍ନାତ୍ତକ ଶିକ୍ଷା ଲାଭ କରୁଥିବା ୬୬୩ ଜଣଛାତ୍ରଛାତ୍ରୀଙ୍କୁ ମୋଟ ୬୬ ଲକ୍ଷରୁ ଟଙ୍କାର ଛାତ୍ର ଵ୍ରୃତ୍ତି ପ୍ରଦାନ କରାଯାଇଥିଲା । ସର୍ବମୋଟ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଏହି ଯୋଜନାରେ ଉପକ୍ରୃତ ହୋଇଛନ୍ତି।

ଏହି ଉପଲକ୍ଷେ ଆଜି ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଆୟୋଜିତ ଏକୈ ସଭାରେ ନୂତନ ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁ ଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ମାନ୍ୟ ଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ପ୍ରାକ୍ତନ ଚିଲିକା ବ୍ଲକ୍ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଅରୁଣ କୁମାର ଦାଶ, ଅଧ୍ୟାପକ ଗୋଲୋକ ବିହାରୀ ବାରିକ, ପ୍ରାକ୍ତନ ମୁଖ୍ୟ ଲିପିକ ପୀତାମ୍ବର ଶତପଥୀ, ପ୍ରାକ୍ତନ ଅଧ୍ୟାପକ ପ୍ରଦୀପ କୁମାର ଶତପଥୀ, 

ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ ଵୋଧନ ଦେବା ସହ ଉଚ୍ଚଶିକ୍ଷା ପାଇଁ ଅର୍ଥର ଅଭାବ ବାଧକ ସାଜୁଥିଵା ଛାତ୍ର ଛାତ୍ରୀ ମାନେ ଏହାଦ୍ବାରା ଉପକୃତ ହୋଇପାରିବେ ଏବଂ ଏହି ଶିକ୍ଷା ଵ୍ରୃତ୍ତି ର ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପରିଚାଳନା ପରିଷଦର ସଭାପତି ଅରୁଣ କୁମାର ଦାଶ ବିଜୁ ପଟ୍ଟନାୟକଙ୍କ ଅପୂର୍ବ ସାହସିକତା , ନିର୍ଭୀକତା ଓ ନିଃସ୍ଵାର୍ଥପର ଜନସେବା ସମ୍ପର୍କରେ ସ୍ମ୍ରତି ଚାରଣ କରିଥିଲେ। ପରିଶେଷରେ ଅଧ୍ୟାପିକା ଡଃ ସି ମଞ୍ଜୁଲତା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version