ମଣ୍ଡଳ ସ୍ତରୀୟ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ :->  ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମ ପଞ୍ଚାୟତର  ଡଙ୍ଗରପଡା ଗ୍ରାମର ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ସଭା ଗୃହରେ  ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ ଓ ନେହେରୁ ଯୁବ କେନ୍ଦ୍ର ଖୋର୍ଦ୍ଧାର ମିଳିତ ସହଯୋଗରେ ମଣ୍ଡଳ ସ୍ତରୀୟ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବେଗୁନିଆ ଅଞ୍ଚଳର ୧୮ ଗୋଟି  ଗାଁ ର ପାଖାପାଖି ୧୦୦ରୁ ଉର୍ଦ୍ଧ୍ବ ମହିଳା, ବୟୋଜ୍ୟେଷ୍ଠ ବ୍ୟକ୍ତି, ଯୁବକ ଓ ଯୁବତୀ ଆସି ଯୋଗ ଦେଇ ଥିଲେ ।   ଏହି କାର୍ଯ୍ୟକ୍ରମକୁ ପ୍ରୋଜେକ୍ଟ ପଏଣ୍ଟର ଅଧ୍ୟକ୍ଷ ଡ଼ ସଂଗ୍ରାମ କେଶରୀ ସାମନ୍ତରାୟ ପରିଚାଳନା କରିଥିଲେ ।

ଭୋଟଦାତା ମାନେ କିଭଳି ଭୋଟ ଦେବେ ଆଉ ସଚେତନ ହେବେ, ତା ଉପରେ ଆଲଚନାଚକ୍ର ହୋଇଥିଲା ।  ଗ୍ରାମାଞ୍ଚଳରେ ଭୋଟର  ମାନଙ୍କୁ ଆଗ୍ରହ ବଢେଇବା ପାଇଁ ସାମାଜିକ ଅନୁଷ୍ଠାନ ଆଗକୁ ଆସିବା ଦରକାର ବୋଲି ମୁଖ୍ୟ ଅତିଥି ଦେଉଳି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଅକ୍ଷୟ କୁମାର ରାଉତରାୟ କହିଥିଲେ।

ସମ୍ମାନିତ ଅତିଥି ରୂପେ  ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥି ପ୍ରଧାନ ସଚେତନତା ଆବଶ୍ୟକ ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନେହେରୁ ଯୁବ କେନ୍ଦ୍ର ଖୋର୍ଦ୍ଧାର ଜାତୀୟ ଯୁବ ସ୍ଵେଚ୍ଛସେବୀ ରଜନୀଗନ୍ଧା ସାମନ୍ତରାୟ ସଭାକୁ ପରିଚାଳନା କରିଥିଲେ। ଶେଷରେ ପ୍ରୋଜେକ୍ଟ ପଏଣ୍ଟର ଯୁବ ପରିଦର୍ଶକ ସତ୍ୟଜିତ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

Exit mobile version