Home ଓଡ଼ିଶା ମନେପଡନ୍ତି ବିଜୁବାବୁ…. by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମହାନ୍ ବିପ୍ଳବର ସୂତ୍ରଧର,,,, ଝଡ଼ର ଇଗଲ୍ ‼️ ରାଜନୈତିକ ଜୀବନ ‼️ ୫ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ରାଜନୀତି କ୍ଷେତ୍ରରେ ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭକରି ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୧୯୫୨ ମସିହା ଏବଂ ୧୯୫୭ରେ ସେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ ଏବଂ ସୋରଡ଼ାରୁ ଜିତିଥିଲେ । ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତିତ୍ୱ ଗ୍ରହଣ କରିଥିଲେ ।ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୧୪୦ରୁ ୮୨ଟି ଆସନରେ ବିଜୟ ଲାଭକରିଥିଲା । ଚୌଦ୍ୱାରରୁ ନିର୍ବାଚିତ ବିଜୁ ପଟ୍ଟନାୟକ ପ୍ରଥମଥର ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୨ ଅକ୍ଟୋବର ୧୯୬୩ ଯାଏଁ ପଦବୀରେ ରହିଥିଲେ । କଂଗ୍ରେସ ପାର୍ଟିକୁ ପୁଣି ସତେଜ କରିବା ପାଇଁ ସେ କାମରାଜ ଯୋଜନାରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ବିଜୁ ବାବୁ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା, ହେଲେ ୧୯୬୯ ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଭିତରେ ମନୋମାଳିନ୍ୟ ହୋଇଯିବାରୁ ଓ ୧୯୭୧ରେ ହୋଇଥିବା ରାଜ୍ୟ ସଭା ନିର୍ବାଚନ ନିମନ୍ତେ କଂଗ୍ରେସ ଟିକଟ୍ ନପାଇବାରୁ ସେ କଂଗ୍ରେସ ପାର୍ଟି ଛାଡ଼ି ଉତ୍କଳ କଂଗ୍ରେସ ନାମରେ ଏକ ନୂତନ ଦଳ କରିଥିଲେ। ୧୯୭୧ ବିଧାନ ସଭା ମତଦାନରେ ତାଙ୍କ ପାର୍ଟି ଯୁକ୍ତିଯୁକ୍ତ ଭାବେ ଭଲ କରିଥିଲା । ବିଜୁ ବାବୁ ତା ପରେ ତାଙ୍କ ପୁରୁଣା ସାଙ୍ଗ ଜୟପ୍ରକାଶ ନାରାୟଣଙ୍କ ସହିତ ସମ୍ପର୍କ ପୁନଃସ୍ଥାପନ କରିଥିଲେ ଓ ୧୯୭୪ରେ ଜେ.ପି ମୁଭମେଣ୍ଟରେ ଯୋଗ ଦେଇଥିଲେ । ୧୯୭୫ରେ ଯେତେବେଳେ ଜରୁରି କାଳୀନ ସ୍ଥିତି ଘୋଷଣା ହେଲା, ବିଜୁ ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ୟ ବିରୋଧୀ ନେତାମାନଙ୍କ ସହ ଗିରଫ ହୋଇଥିଲେ । ୧୯୭୭ରେ ସେ ମୁକୁଳିଲେ ଓ ଲୋକ ସଭା ପ୍ରାର୍ଥୀ ହିସାବରେ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହେଲେ। ୧୯୭୯ ବେଳେ ସେ ମୋରାରଜୀ ଦେଶାଇ ଓ ଚୌଧୁରୀ ଚରଣ ସିଂହଙ୍କ ସରକାର ଅଧିନରେ ଇସ୍ପାତ ଓ ଖଣି ମନ୍ତ୍ରୀ ରହିଥିଲେ । ୧୯୮୦ରେ ବିଜୁ ବାବୁ ଲୋକ ସଭାକୁ ନିର୍ବାଚିତ ହେଲେ ଏବଂ ପୁଣିଥରେ ୧୯୯୬ରେ ଲୋକ ସଭାକୁ ନିର୍ବାଚିତ ହେଇଥିଲେ । ୧୯୯୦ ରାଜ୍ୟ ବିଧାନ ସଭା ନିର୍ବାଚନରେ ଜନତା ଦଳ ଜିତିଲା ଏବଂ ଆଉଥରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥଲେ । ବିଜୁ ବାବୁଙ୍କ ରାଜନୈତିକ ଦୃଷ୍ଟିକୋଣ ମୁଖ୍ୟତଃ ସମାଜବାଦ ଏବଂ ସଂଘିୟ ରାଷ୍ଟ୍ର ଶାସନ ଉପରେ ଦୃଢ଼ୀଭୁତ ଥିଲା । ସେ ଦୃଢ଼ ଭାବରେ ସବୁ ରାଜ୍ୟ ପାଇଁ ଓକିଲତି କରୁଥିଲେ ଏବଂ କହୁଥିଲେ ସବୁ ରାଜ୍ୟମାନଙ୍କୁ ଦରକାର ଅନୁସାରେ ସମାନ ସାଧନ ଦିଆଯିବା ଉଚିତ । ନେହେରୁ ତାଙ୍କୁ ସ୍ନେହରେ ଭାରତର ଦୁସାହସିକ ବ୍ୟକ୍ତି ବୋଲି କହି ଥିଲେ । ସଂସଦରେ ତାଙ୍କ ସମୟରେ ନେହେରୁ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ କହିଥିଲେ ” ବିଜୁ ପଟ୍ଟନାୟକଙ୍କ ପାଖରେ ସାହସ, ଶକ୍ତି ଓ କାମକରିବାର ଆଗ୍ରହ ଅଛି । ତେଣୁ ଓଡ଼ିଶାକୁ ଅଧିକ ସାହାଯ୍ୟ କରିବାରେ କୌଣସି ପ୍ରମାଦ ନାହିଁ ।” ‼️ ଅନ୍ତିମ ସମୟ ‼️ ୧୯୯୭ ମସିହା ଏପ୍ରିଲ ୧୭ ତାରିଖ ବିଜୁବାବୁଙ୍କ ମୃତ୍ୟୁ ଦିଲ୍ଲୀରେ ହେଲା। ତାଙ୍କ ମୃତ ଦେହକୁ ବିମାନରେ ଓଡିଶାକୁ ଅଣାଗଲା। ସେଦିନ ବିମାନ ବନ୍ଦରରୁ ବିଜୁବାବୁଙ୍କ ମର ଶରୀରକୁ ଜନସାଧାରଣଙ୍କ ଶେଷଦର୍ଶନ ପାଇଁ ନବୀନ ନିବାସ କୁ ଆଣି ରଖାଗଲା। ଏହାପରେ ବିଜୁବାବୁ ଙ୍କ ପାର୍ଥିବଶରୀର କୁ ଏକ ବିରାଟ ପଟୁଆର ରେ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ଶେଷଯାତ୍ରାରେ ନିଆଗଲା। ସ୍ୱତପବୃତ୍ତ ଭାବେ ବିମାନ ବନ୍ଦର ଠାରୁ ନବୀନନିବାସ ଓ ନବୀନନିବାସ ରୁ ପୁରୀ ଅଭିମୁଖେ ଶୋଭାଯାତ୍ରାରେ ପ୍ରାୟ ପାଞ୍ଚଲକ୍ଷ ଲୋକ ପଟୁଆର ସାଙ୍ଗେ ଦୌଡ଼ି ଦୌଡ଼ି ଅନ୍ତିମସତ୍କାର ରେ ଯୋଗଦେବା ପାଇଁ ସାମିଲ ହେଲେ। କିଛି ଲୋକ କାନ୍ଦି କାନ୍ଦି ମୁର୍ଚ୍ଛା ଗଲେ ଓ ଅନ୍ୟ କିଛି ଲୋକ ଚଳତଶକ୍ତି ହରାଇଲେ। ସେଦିନ କିଛି କିଛି ଲୋକଙ୍କ ଘରେ ରନ୍ଧାବଢ଼ା ବନ୍ଦ ହୋଇଗଲା। ବିଜୁବାବୁଙ୍କୁ ଦେଖିବାକୁ ସଭିଏଁ ସ୍ୱର୍ଗଦ୍ୱାର ଦୌଡ଼ି ଯାଇଥିଲେ ଓ ସବ ଯାତ୍ରାରେ ଭୁବନେଶ୍ୱର ରୁ ସାମିଲ ହୋଇଥିଲେ। ପୁରୀ ଭୁବନେଶ୍ୱର ରାଜପଥ ଲୋକାରଣ୍ୟ ରେ ଭରି ଯାଇଥିଲା। ସମଗ୍ର ଓଡିଆ ଜାତି ନିସ୍ତବ୍ଦ ହୋଇଯାଇଥିଲା ସତେ ଯେମିତି ତାଙ୍କ ମୃତ୍ୟୁ ସହ ଓଡିଶା ର ମୃତ୍ୟୁ ହୋଇଛି। ତାଙ୍କର ମୃତ୍ୟୁ ସତେଯେପରି ଓଡିଶା କୁ ଆହୁରି ଅଧିକ ଦରିଦ୍ର କରିଦେଲା ।ବିଜୁବାବୁ ଓଡ଼ିଆ ଙ୍କ ପାଇଁ କଣ ଥିଲେ ସେଦିନ ପ୍ରମାଣିତ ହେଲା। ବିଜୁବାବୁଙ୍କ ମରଶରୀରରେ ସେଦିନ ତିନୋଟି ଦେଶର ଜାତୀୟ ପତାକା- ଭାରତ, ରୁଷିଆ ଓ ଇଣ୍ଡୋନେସିଆ ଘୋଡା ଯାଇଥିଲା। ବିଜୁବାବୁଙ୍କ ଉତ୍ସର୍ଗିକୃତ ବଳିଦାନକୁ ସମ୍ମାନ ଦେବାପାଇଁ ସେଦିନ ବିଦେଶର ରାଷ୍ଟ୍ରଦୂତମାନେ ଏହି ଅନ୍ତେଷ୍ଟିକ୍ରିୟାରେ ନିଜ ଦେଶକୁ ପ୍ରତିନିଧିତ୍ଵ କରିବା ପାଇଁ ଉପସ୍ଥିତ ଥିଲେ। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ୍.ଡି.ଦେବଗୌଡ଼ା, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଇନ୍ଦ୍ର କୁମାର ଗୁଜୁରାଲଙ୍କ ସମେତ ଲାଲକୃଷ୍ଣ ଆଡ଼ଭାନୀ ଓ ବହୁ ରାଷ୍ଟ୍ରୀୟ ତୁଙ୍ଗନେତା ପୁରୀ ସ୍ୱର୍ଗଦ୍ୱାରଠାରେ ଉପସ୍ଥିତ ଥିଲେ। ସେଦିନ ପୁରୀ ଯେପରି ଭାରତର ଏକ ରାଜନୈତିକ କେନ୍ଦ୍ରବିନ୍ଦୁରେ ପରିଣତ ହେଲାପରି ଲାଗୁଥିଲା। ବିଜୁବାବୁଙ୍କ ୩ ସନ୍ତାନ ଏହି ଅନ୍ତେଷ୍ଟିକ୍ରିୟାରେ ଉପସ୍ଥିତ ରହି କାର୍ଯ୍ୟ ନିର୍ବାହ କରିଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ଯେତେବେଳେ ତାଙ୍କୁ ମୁଖାଗ୍ନି ଦିଆଗଲା ସେତେବେଳେ କେବଳ ଅଗଣିତ ମଣିଷମୁଣ୍ଡ ଓ ବିଶାଳ ସମୁଦ୍ର ଦୃଶ୍ୟମାନ ହେଉଥିଲା। ସୋରିଷ ଟିଏ ପକାଇବାକୁ ମଧ୍ୟ୍ ସମୁଦ୍ର କୂଳର ବାଲି ଦିଶୁନଥିଲା।ଏହି ଐତିହାସିକ ଘଟଣା ରାଜ୍ୟରେ ପ୍ରଥମ ଥିଲା। ଏହିପରି ଅନ୍ତ୍ୟେଷ୍ଟି କ୍ରିୟା ପୁରୀ ସ୍ୱର୍ଗଦ୍ୱାରରେ କେବେ ଦେଖାଯାଇନଥିଲା। ବିଜୁବାବୁଙ୍କ ପାର୍ଥିବଶରୀର ଯେତେବେଳେ ଅଗ୍ନିରେ ଅର୍ପଣ ହୋଇ ପଞ୍ଚଭୂତରେ ବିଲୀନ ହେଲା ଓଡିଶା ନିଜକୁ ଏକ ସାମୁହିକ ଶୋକ ସାଗରରେ ଭାସମାନ ଅବସ୍ଥାରେ ପାଇଲା । ଓଡିଶାର ଏକ ଅପୂରଣୀୟ କ୍ଷତି ହୋଇ ସାରିଥିଲା ଯାହାର ଭରଣା କରିବା ଏକ ଦୂରହ ବ୍ୟାପାର ଥିଲା । ବିଜୁ ବାବୁ ଅମର ରହେ । Categories: ଓଡ଼ିଶା, ମହାନଗର, ରାଜନୀତି, ହୋମ୍ Related Content Chandi Bhandar Opens Its 33rd Store in Rourkela this Raksha Bandhan by Proprietor Abhimanyu Maharana August 22, 2026 ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍ by Proprietor Abhimanyu Maharana August 21, 2026 ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀ ଙ୍କୁ ପୋଷଣ ବଣ୍ଟନ କାର୍ଯ୍ୟକ୍ରମ by Proprietor Abhimanyu Maharana August 21, 2026 ସିଣ୍ଟେକ୍ସ ପିଓର ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା by Proprietor Abhimanyu Maharana August 21, 2026 ଦେଶର ଭବିଷ୍ୟତ ଏଆଇ ଶ୍ରମଶକ୍ତି ଗଠନ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ସହ ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବ ପ୍ରୋଟିଭିଟି ମେମ୍ବର ଫାର୍ମ ଫର୍ ଇଣ୍ଡିଆ by Proprietor Abhimanyu Maharana August 21, 2026 କଣ୍ଟାବାଞ୍ଜି ପ୍ରେସ୍ କ୍ଲବର ଷଷ୍ଠ ବାର୍ଷିକୀ ଧୂମଧାମରେ ପାଳିତ by Proprietor Abhimanyu Maharana August 21, 2026