ସ୍ଵେଚ୍ଛାକୃତ ରକ୍ତଦାନ ଶିବିର,୩୧ ୟୁନିଟ ରକ୍ତ ସଂଗ୍ରହ

୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :->  ଭେଟେଶ୍ବର ଗ୍ରାମ ପଞ୍ଚାୟତ,ଶାଳିଆ ପ୍ରେସ କ୍ଲବ ଓ ଆମ ଓଡ଼ିଶା ମିଳିତ ଆନୁକୁଲ୍ୟରେ ବାଣପୁର ବ୍ଲକର ଭେଟେଶ୍ବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ପୂର୍ବାହ୍ନରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରକୁ ବାଣପୁର ଵ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ,ଉପାଧ୍ୟକ୍ଷା ରୀନା ଦେଇ, ଭେଟେଶ୍ବର ସରପଞ୍ଚ ସାବିତ୍ରୀ ଭୋଳ,ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ,ଶାଳିଆ ପ୍ରେସ କ୍ଲବ ସଭାପତି ଅଜିତ କୁମାର ସାହୁ,ସମାଜସେବୀ ମାଧବ ପ୍ରଧାନ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଉଦଘାଟନ କରିଥିଲେ ।

ଏହି ଅବସରରେ ରକ୍ତଦାନର ମହତ୍ତ୍ୱ ସମ୍ବନ୍ଧରେ ଅବଗତ କରାଇବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିବା ପାଇଁ ଉପସ୍ଥିତ ଥିବା ଶାଳିଆ ପ୍ରେସ କ୍ଲବର ଉପସଭାପତି ସୀତାରାମ ଅଗ୍ରୱାଲ, ଉପଦେଷ୍ଟା ଅରୁଣ କୁମାର ପଣ୍ଡା, ସମାଜସେବୀ ଭି.କାମେଶ୍ବର ଆଚାରୀଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଭେଟେଶ୍ବର ପୂର୍ବତନ ସରପଞ୍ଚ ଶ୍ରୀ ଭୋଳ ନିଜେ ରକ୍ତଦାନ କରି ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଶିବିରରେ ଖୋର୍ଦ୍ଧା ରକ୍ତ ଭଣ୍ଡାର ପକ୍ଷରୁ ଡ଼ାକ୍ତର ସୁନନ୍ଦା ରାଣୀ ମିଶ୍ର, ବରିଷ୍ଠ ଲାବ ଟେକନିସିଆନ ଅରୁଣ କୁମାର ସାହୁ,ଏଲଟି ଝୁନୁଲତା ସାହୁ ଓ ସୁକାନ୍ତ ସାମନ୍ତସିଂହାର, କାଉନସେଲର ଲକ୍ଷ୍ମୀପ୍ରିୟା ପ୍ରଧାନ ଉପସ୍ଥିତ ରହି ୩୧ ୟୁନିଟ ରକ୍ତ ସଂଗ୍ରହ ସହିତ ରେଡକ୍ରସ ତରଫରୁ ପ୍ରମାଣପତ୍ର ଓ ଗ୍ରୁପି° କାର୍ଡ ରକ୍ତଦାତାଙ୍କୁ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସାମ୍ବାଦିକ ଶିବ ଶକ୍ତି ସାସମଲ, ପ୍ରଦୋଷ କୁମାର ଦାସ ପରିଚାଳନା କରିଥିଲେ।

Exit mobile version