ଖପ୍ରାଖୋଲ ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି

୫୦ ଟି ଅଭିଯୋଗ ର କଲେ ଶୁଣାଣୀ, ଗୋଟିଏ ର ତତକାଳ ସମାଧାନ

୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :->  ସ୍ଥାନୀୟ ବ୍ଲକ୍ ସଭା ଗୃହ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସବାୱାଲ, ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି ଯୋଗଦେଇ ଅଭିଯୋଗ ଶୁଣାଣୀ କରିଥିଲେ। ଏହି ଅବସରରେ ମୋଟ ୫୦ ଅଭିଯୋଗ ଶୁଣାଣୀ କରିଥିବା ବେଳେ ୪୬ଟି ବ୍ୟକ୍ତିଗତ ଓ ୪ ଟି ଗୋଷ୍ଠିଗତ ଅଭିଯୋଗ ର ଶୁଣାଣୀ କରିଥିବା ବେଳେ ଗୋଟିଏ ଅଭିଯୋଗ ର ତତ୍କାଳ ସମାଧାନ କରିଥିବା ଜଣାଯାଇଛି।

ଏହି ଅବସରରେ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ଡି ଏଫ୍ ଓ ସୁଦର୍ଶନ ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅର୍ଜୁନ ବେହେରା, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ, ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ଆଦିତ୍ୟ କୁମାର ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ କୁଳମଣି ଭୋଇ, ଜିପି ଇଓ ପରମେଶ୍ବର ନାଏକ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ , ଉପଖଣ୍ଡ ସ୍ତରୀୟ ଓ ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଯୋଗଦେଇଥିଲେ।

Exit mobile version