
୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ନିକଟସ୍ଥ ବମ୍ଫକୁଦ ଗ୍ରାମର ମା , ଯୋଗିଆଣୀ କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଫାଇନାଲ ମ୍ୟାଚ ରବିବାର ଦିନ ବମ୍ଫକୁଦ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା । ବମ୍ଫକୁଦ କ୍ରିକେଟ କ୍ଲବର ସଭାପତି ଟୁନା ଜେନାଙ୍କ ନେତୃତ୍ବରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ବ୍ଲକର ଅନ୍ଧାରୁଆର ଜିସିସି ଟିମ୍ ବନାମ କଟକ ମହାନଗର ନିଗମ ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ କ୍ରିକେଟ ଟିମ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଅନ୍ଧାରୁଆ କ୍ରିକେଟ ଟିମ ବ୍ୟାଟିଂ ନେଇ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୮୩ ରନ କରିଥିଲା ।
ଏହାର ପ୍ରତି ଜବାବରେ ନୂଆଗଡ଼ କ୍ରିକେଟ ଟିମ ୧୯ ଓଭରରେ ୧୮୬ ରନ କରି ଚଳିତ ବର୍ଷ ମା, ଯୋଗିଆଣୀ ଚମ୍ପିୟାନ କ୍ରିକେଟ ଟ୍ରଫି ହାସଲ କରିଥିଲା ବେଳେ ଅନ୍ଧାରୁଆ ଟିମ ରନର୍ସ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ପୁରଷ୍କାର ବିତରଣୀ ଉତ୍ସବରେ ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି, ସମାଜସେବୀ ସ୍ୱାଧୀନଚେତା ମହାନ୍ତି, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ର , ରାମନଗର ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ପ୍ରକାଶ ନାୟକ, ସାମ୍ବାଦିକ ଅମୂଲ୍ୟ କୁମାର ବାରିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ ।
ମା , ଯୋଗିଆଣୀ କ୍ରିକେଟ କ୍ଲବ ପକ୍ଷରୁ ଚମ୍ପିୟାନ ହୋଇଥିବା ନୂଆଗଡ଼ କ୍ରିକେଟ ଟିମକୁ ନଗଦ ୨୫ ହଜାର ଟଙ୍କା ସହିତ ଚମ୍ପିୟାନ ଟ୍ରଫି ଏବଂ ରନର୍ସ ହୋଇଥିବା ଅନ୍ଧାରୁଆ ଟିମକୁ ନଗଦ ୧୯ ହଜାର ଟଙ୍କା ସହିତ ରନର୍ସ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ । ଖେଳ ପରିଚାଳନା କରିବାରେ ସହଯୋଗ କରିଥିଲେ ପୁନାନନ୍ଦ ଜେନା, ପ୍ରଦ୍ୟୁମ୍ନ କୁମାର ଜେନା, ବଲ୍ଲଭ କୁମାର ଜେନା, ଏବଂ ମା ଯୋଗିଆଣୀ କ୍ରିକେଟ କ୍ଲବର ସମସ୍ତ ଯୁବକ ମାନେ ।
