ସେବା ସମବାୟ ସମିତି ନୂତନ ଗୃହ ଉଦଘାଟନ

୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ :-> ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ଡାଳତୋଳା ସେବା ସମବାୟ ସମିତିର ନୂତନ ଗୃହ ଉଦଘାଟନ ହୋଇଛି । ଏଥିରେ ଡାଳତୋଳା ସେବା ସମବାୟ ସମିତିର ସଭାପତି ପ୍ରଦୀପ୍ତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଗୃହକୁ ଉଦଘାଟନ କରିଥିବା ବେଳେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଅଭିଷେକ ସିଂହ ସାମନ୍ତ,

ଖୋର୍ଦ୍ଧା ସମବାୟ ସମିତି ସମୂହ ଉପନିବନ୍ଧକ ଅଳକା ନନ୍ଦା ଜେନା, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବନଶ୍ରୀ ମଲ୍ଲିକ, ଏବିଏମ ସନ୍ଦୀପ କୁମାର ପଟ୍ଟନାୟକ, ଡାଳତୋଳା ସେବା ସମବାୟ ସମିତିର ଉପସଭାପତି ପଦ୍ମାଳୟା ଜଗଦେବ ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ସମ୍ପାଦକ ଧର୍ମ ନିରଞ୍ଜନ ସାହୁ ପରିଚାଳନା କରିଥିବା ବେଳେ ବ୍ଲକର ୧୩ ଗୋଟି ସେବା ସମବାୟ ସମିତି ସଭାପତି ଓ ସଂପାଦକ ଅଂଶ ଗ୍ରହଣ କରିଥିଲେ।

Exit mobile version