ବିଧାୟକଙ୍କ ଦ୍ୱାରା ନୂତନ ପାୱାର ସବଷ୍ଟେସନର ଶୁଭ ଉଦଘାଟନ

୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ)  କଟକ  :->  ସିଏମସି ୫୮ ନମ୍ବର ୱ।ର୍ଡ଼ କଟକ ସଦର ଥାନା ନିକଟସ୍ଥ ବାଲିକୁଦା ବିଦ୍ୟୁତ ସେକସନର ଦୁଇଟି ନୂତନ ଇଲେଭେନ ପାୱାର ସବ୍ ଷ୍ଟେସନକୁ , ଶନିବାର ଅପରାହ୍ନରେ କଟକ ସଦର ବିଧାୟକ, ଚନ୍ଦ୍ର ସାରଥୀ ବେହେରା ଉଦଘାଟନ କରିଥିଲେ ।

୧୪ କୋଟି ୫୦ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ପାୱାର ସବ ଷ୍ଟେସନ କାର୍ଯ୍ୟକାରୀ ହେବା ଫଳରେ ୯ ରୁ ୧୨ ହଜାର ବିଦ୍ୟୁତ ଉପଭୋକ୍ତା ଏହାର ସୁଫଳ ପାଇପାରିବେ । ଉକ୍ତ ନୂତନ ପାୱାର ସବ ଷ୍ଟେସନ କାର୍ଯ୍ୟକାରୀ ହେବା ଫଳରେ ଦୀର୍ଘ ଦିନଧରି , ଉପୁଜିଥିବା ଲୋ ଭୋଲଟେଜ ଏବଂ ବିଦ୍ୟୁତ ସମସ୍ୟା ଦୂର ହୋଇପାରିବ ।

ସିଏମସି ୫୮ ନମ୍ବର ୱ।ର୍ଡ଼ କର୍ପୋରେଟର ଜନାର୍ଦ୍ଦନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ପାୱାର ସବଷ୍ଟେସନକୁ ଉଦଘାଟନ କରି କହିଲେ ଯେ, ଏହି ନୂତନ ପାୱାର ସବ ଷ୍ଟେସନ ଦ୍ୱାରା ଡାହାଳିଆବାଗ, ଭାଣପୁର,

ଜୋସ୍ନାବିହାର, ପ୍ରତାପନଗରୀ, ନୂଆଗଡ଼, କୁମ୍ଭରାଜପୁର, ରାମନଗର, ନୂଆପାଟଣା, ବମ୍ଫକୁଦ, ମୁଗଭଙ୍ଗା କାଚରାମାଳ ଆଦି ଗ୍ରାମର ବିଦ୍ୟୁତ ଉପ ଭୋକ୍ତା ମାନେ ଏହାର ସୁଫଳ ପାଇ ପାରିବେ ବୋଲି କହିଥିଲେ । କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା ,

ବିଦ୍ୟୁତ ବିଭାଗର ଏସି ମନୋଜ କୁମାର ଦାସ, ବାଲିକୁଦା ଗୋପାଳପୁର ସଵ ଡିଭିଜନର ଏସ ଡି ଓ ଛବିନ୍ଦ୍ର ବେହେରା, ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱାଇଁ, ପୂର୍ବତନ କର୍ପୋରେଟର କୌଶିକ ଜେନା,

କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇ ଥିଲେ । ଏହି ଉଦଘାଟନ ଉତ୍ସବ ରେ ଆଖପାଖ ଗ୍ରାମର ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।

Exit mobile version