
୦୨ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ମାହାଙ୍ଗା :-> ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ବାସୁଦେବପୁର ଗ୍ରାମ ପଞ୍ଚାୟତ ରେ ପୂର୍ବତନ ମନ୍ତ୍ରୀ ତଥା ମାନ୍ୟବର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଙ୍କ କରକମଳ ରେ ବହୁ ଗୁଡ଼ିଏ ଉନ୍ନତୀ ମୂଳକ କାର୍ଯ୍ୟ ର ଶୁଭ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଥିଲା ।
ଏଥିରେ ବାସୁଦେବପୁର ଗ୍ରାମ ପଞ୍ଚାୟତ ର ସୁବିଧା କେନ୍ଦ୍ର ର ଶୁଭ ଉଦ୍ଘାଟନ । ନୂଆହାଟ ଠାରେ ଚାଷୀ ଭାଈ ଓ ବେପାରୀ ଭାଈ ମାନଙ୍କ ପାଇଁ ନୂତନ ଗୃହ ର ଶୁଭ ଉଦ୍ଘାଟନ ର ବ୍ୟବସ୍ଥା । କୌଡକୋଲ ଗ୍ରାମ ରେ ଗିରି ଗୋବର୍ଦ୍ଧନ ପୀଠର ଶୁଭ ଉଦ୍ଘାଟନ କରିଥିଲେ ।
ଶେଷରେ କୌଡକୋଲ ଓ କୁଣ୍ଡଳ ଯଜ୍ଞ ମଣ୍ଡପ ପାଖରେ କଲ୍ୟାଣ ମଣ୍ଡପ ର ଶୁଭ ଉଦ୍ଘାଟନ କରଯାଇଥିଲା । ଏଥିରେ ମାହାଙ୍ଗା ବ୍ଲକ୍ ର ଅଧ୍ୟକ୍ଷା ଦୀପା ମଲ୍ଲିକ , ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟ ନାରାୟଣ ମହାନ୍ତି , ବ୍ଲକ୍ ସଭପତି ରାଜ କିଶୋର ଜେନା , ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା , ମହିଳା , ବାୟଜେଷ୍ଟ ମୂରବି , ଯୁବକ ଭାଇ ଓ ସାମ୍ବାଦିକ ଭାଇ ମାନେ ଏହି ସଭା ରେ ଉପସ୍ଥିତ ଥିଲେ ।
