Home ଓଡ଼ିଶା ନାଚୁଣୀ କଲେଜ ଅଧ୍ୟକ୍ଷଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :-> ନାଚୁଣୀ କଲେଜର ଅଧ୍ୟକ୍ଷ ନାରାୟଣ ବଳିଆର ସିଂହ,ରସାୟନ ବିଭାଗର ସହାୟକ ମୁକୁନ୍ଦ ଚରଣ ସ୍ଵାଇଁ ଓ କଲେଜ କାର୍ଯ୍ୟାଳୟର କର୍ମଚାରୀ ପିତାମ୍ବର ଦାଶଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଅଛି । ଏହି ଉପଲକ୍ଷେ କଲେଜ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଧୂପ ପୁଷ୍ପ ଅର୍ପଣ କରାଯାଇଥିଲା।ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପକ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ନାରାୟଣ ବଳିଆର ସିଂହ,ମୁକୁନ୍ଦ ଚରଣ ସ୍ଵାଇଁ ଓ ପିତାମ୍ବର ଦାଶଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାରେ ଅଧ୍ୟାପକ ରୁଦ୍ର ପ୍ରତାପ ନରେନ୍ଦ୍ର ସିଂହ ବର୍ମା,ଅଧ୍ୟାପକ ଗୋଲକ ବିହାରୀ ବାରିକ,ଅଧ୍ୟାପକ ଦିଲ୍ଲୀପ କୁମାର ବେହେରା,ଅଧ୍ୟାପକ ବାନମ୍ବର ହୋତା,ଅଧ୍ୟାପକ ଶାନ୍ତନୁ ମିଶ୍ର,ଅଧ୍ୟାପକ ଛବି ରାମ ପରିଡ଼ା,ଅଧ୍ୟାପିକା ସଂଘମିତ୍ରା ପଟ୍ଟନାୟକ,ଅଧ୍ୟାପିକା ଲିନା ନଦିଜା,ଅଧ୍ୟାପିକା ଅନୁପମା ଦେବୀ,ଅଧ୍ୟାପିକା ସୁଶ୍ରୀ ସ୍ୱାଗତିକା, ଡେମୋନ୍ ଷ୍ଟେଟର ଅଜିତ୍ କୁମାର ମିଶ୍ର, ମୁଖ୍ୟ କିରାଣୀ ପ୍ରମୋଦ କୁମାର ସୁବୁଦ୍ଧି ଓ ବରିଷ୍ଠ ସାମ୍ବାଦିକ ଭିକାରୀ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇ ଅଧ୍ୟକ୍ଷ ନାରାୟଣ ବଳିଆରସିଂହଙ୍କୁ ଜଣେ ଦକ୍ଷ,କର୍ମଠ, ସଚ୍ଚୋଟ ଓ ଛାତ୍ର ବତ୍ସଳ ଅଧ୍ୟକ୍ଷ ଭାବେ ବର୍ଣ୍ଣନା କରିବା ସହ ତାଙ୍କର ସ୍ୱଳ୍ପ କାଳୀନ ଅଧ୍ୟକ୍ଷ ଭାବେ କାର୍ଯ୍ୟପ୍ରଣାଳିର ଭୃୟଶୀ ପ୍ରଶଂସା କରିଥିଲେ ଓ ଅବସରକାଳୀନ ଜୀବନ ନିରୋଗମୟ ଓ ଆନନ୍ଦମୟ ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ସେହିପରି ରସାୟନ ବିଜ୍ଞାନର ସହାୟକ ମୁକୁନ୍ଦ ଚରଣ ସ୍ୱାଇଁ ଓ ଅନ୍ୟତମ କର୍ମଚାରୀ ପିତାମ୍ବର ଦାଶଙ୍କ ଦୀଘ୍ର ତିରିଶି ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ ଦକ୍ଷତାର ପ୍ରଶଂସା କରିବା ସହ ଅବସର କାଳୀନ ଜୀବନ ଆନନ୍ଦମୟ ହେଉ ବୋଲି ଆଶା ବ୍ୟକ୍ତ କରିଥିଲେ। ଉକ୍ତ ସଭାରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରାଣୀ ବିଜ୍ଞାନ ର ଅଧ୍ୟାପକ ଦେବଦତ୍ତ ପାଣି ସଭା ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସଂସ୍କୃତ ଅଧ୍ୟାପିକା ଡଃ.ସୁଭଦ୍ରା ଭୋଳ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content Farewell Felicitation Held for Sr. Divisional Commercial Manager, Anil Kumar S, IRTS at Khurda Road Division by Proprietor Abhimanyu Maharana October 8, 2026 ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଏମରଜେନ୍ସି ବେଡ଼ ଅପରିଷ୍କାର ଅବସ୍ଥା by Proprietor Abhimanyu Maharana October 8, 2026 ଟିବି ମୁକ୍ତ ନୟାଗଡ଼ ପାଇଁ ‘ଜୋସ୍’ (JOSH) ଟିମ୍ ଗଠନ : ଟିବି ମୁକ୍ତ ପଞ୍ଚାୟତକୁ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ନୟାଗଡ଼ ଜିଲ୍ଲାବାସୀଙ୍କ ନୀରବ ସମର୍ଥନ ପାଇଁ ବନ୍ଦ ସମ୍ପୂର୍ଣ୍ଣ ସଫଳ : ଇଣ୍ଡିଆ ମେଣ୍ଟ by Proprietor Abhimanyu Maharana October 8, 2026 ସିଲଭର ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଭବ୍ୟ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026