ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ – ସମ୍ଵର୍ଦ୍ଧନା

୨୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :-> ଚିଲିକା ବ୍ଲକ୍ ଅନ୍ତର୍ଗତ ଗଙ୍ଗାଧର ପୁର କ୍ଲଷ୍ଟର୍ ଅଧୀନ ଇଚ୍ଛାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସୁନ୍ଦରାୟ ଙ୍କ ଅବସର ଉପଲକ୍ଷେ ଏକ ବିଦାୟ କାଳୀନ ସମ୍ଵର୍ଦ୍ଧନା ସଭା ଆଜି ଗୁରୁବାର ଵିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ପ୍ରତାପ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଚିଲିକା ମଣ୍ଡଳ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ଦାଶ,

ପ୍ରାକ୍ତନ ବି ଆର୍ ସି ସି ବୈକୁଣ୍ଠନାଥ ପାଇକରାୟ,ଵର୍ଷିଆନ୍ ପ୍ରାକ୍ତନ ଶିକ୍ଷକ ସୁଧାକର ସ୍ଵାଇଁ, କୁମାଣ୍ଡୋଳ ଯୁବଜ଼୍ୟୋତି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଆଶିଷ କୁମାର ପତି, ଜାଗ୍ରୃତିକା ସାହିତ୍ୟ ଅନୁଷ୍ଠାନ ର ସମ୍ପାଦକ ବିରଞ୍ଚିନାରାୟଣ ପ୍ରସାଦ ନାୟକ, ଚିଲିକା ଏ ବି ଓ ନୀଳାଦ୍ରି ଭୂଷଣ ଦାଶ,ଏ ବି ଇ ଓ ମିନତି ଶତପଥୀ , ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ମୋଚିରାମ ପ୍ରଧାନ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ଙ୍କୁ ଜଣେ ଆଦର୍ଶ,କର୍ତ୍ତଵ୍ୟନିଷ୍ଠ, ଛାତ୍ର ଵତ୍ସଳ ଶିକ୍ଷକ ଭାବେ ଅଭିହିତ କରିଥିଲେ। ଏହି ଅବସରରେ ଶ୍ରୀ ସୁନ୍ଦରାୟ ଙ୍କୁ ମାନପତ୍ର ଏ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।


 

Exit mobile version