୭ ଦଫା ଦାବି ନେଇ ପାରଳାଖେମୁଣ୍ଡି ସି.ପି.ଆଇ.ଏମ୍ ଦଳ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ – ପାରଳାଖେମୁଣ୍ଡି

ଓଡିଶା ତାଜା ନ୍ୟୁଜ୍ (୨୭ ଜୁଲାଇ ସୋମବାର ) ପାରଳାଖେମୁଣ୍ଡି :- କରନା ମହାମାରୀ କୁ ସଠିକ୍ ଭାବେ ମୁକାବିଲା କରିବା କରିବା ସହ ସାର୍ବଜନିକ ସ୍ଵାସ୍ଥ୍ୟ ସେବା ସୁନିଶ୍ଚିତ କରିବା ଓ କରନା ମହାମାରୀ ସମୟରେ କାମ ଧନ୍ଦା ନ ପାଇ ଭୋକ ଉପାସରେ କାଳକାଟୁ ଥିବା ପରିବାର ମାନଙ୍କୁ ତୁରନ୍ତ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ସିପିଆଇଏମ୍ ପକ୍ଷରୁ ଦାବୀ କରାଯାଇଛି l  ୭ ଦଫା ଦାବି ନେଇ ଏକ ସ୍ମାରକ ପତ୍ର ପାରଳାଖେମୁଣ୍ଡି ଶାଖା ର ସିପିଆଇଏମ୍ ମୁଖ୍ୟ ଏମ୍. ମୁରଲୀ କ୍ରୀଷ୍ଣା ଙ୍କ ନେତୃତ୍ଵ ରେ କର୍ମୀ ମାନେ ମୁଖ୍ୟ ମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଙ୍କୁ ପ୍ରଦାନ କରି ଥିଲେ l

ପ୍ରଦାନ କରାଯାଇ ଥିବା ଦାବୀ ପତ୍ରରେ ଉଲ୍ଲେଖ ରହିଥିବା  ଦାବୀ ଗୁଡ଼ିକ ହେଲା, କରନା ରଗୋରେ ପୀଡ଼ିତ ମାନଙ୍କୁ ଉପଯୁକ୍ତ ସ୍ଵାସ୍ଥ୍ୟ ସେବା ସୁନିଶ୍ଚିତ କରିବା, ବ୍ରହ୍ମପୁର, କଟକ ଓ ବୁର୍ଲା ଡ଼ାକ୍ତରଖାନା ସମେତ ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ପର୍ଯ୍ୟାତ ଅମ୍ଳଜାନ, ଭେଣ୍ଟି ଲେଟର, ଆସିୟୁ ବ୍ୟବସ୍ଥା କରିବା, କାର୍ଯ୍ୟରତ ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମ ଚାରି ମାନଙ୍କୁ ପିପିଈ କୀଟ ଯୋଗାଇ ଦେବା ଦାବୀ ରହିଛି l (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version