ମୋହନା ବ୍ଲକରେ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମର ଶୁଭାରମ୍ଭ

୨୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ବର୍ତ୍ତମାନ ରାଜ୍ୟସାରା ବିଜେଡି ସରକାରଙ୍କ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ ଜୋର ସୋର ରେ ଚାଲଋଥିବା ବେଳେ ଗଜପତିଜିଲ୍ଲାରେ ମଧ୍ୟ କେତେକ ବ୍ଲକରେ ହୋଇସାରିଲାଣି। କୌଣସି କାରଣ ବଶତଃ ମୋହନା ବ୍ଲକରେ ଏହିକାର୍ଯ୍ୟକ୍ରମ ହୋଇ ପାରିନ ଥିଲା। ତେବେ ଆଜି ପ୍ରଥମ କରି ଏହି ମୋହନା ବ୍ଲକର କର୍ଚ୍ଚବାଡି ପଞ୍ଚାୟତର ବୁଡରିଙ୍ଗ୍ ଠାରେ ପ୍ରଥମେ ଓ ପରେ ଓ କରମଙ୍ଗା ଗ୍ରାମରେ ସରପଞ୍ଚ ଚାନ୍ଦିନି ମଲ୍ଲିକ ଓ ସମ୍ମିତି ସଭ୍ୟ ଟୁନା ମଲ୍ଲିକ ଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା ଏହି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ।

ଘରେ ଘରେ ଶଙ୍ଖ କାର୍ଯ୍ୟକମର ଉବ୍ଦେଶ୍ୟ ଉପରେ ନିମନ୍ତ୍ରିତ ଅତିଥି ଗଣ ବୈଠକ କରି ବୁଝେଇଥିଲେ। ବାଜାବାଜଣା ଓ ଘରେ ଘରେ ଶଙ୍ଖ ନାରାବାଜି ସହ ଗାଁର ପ୍ରତି ଘରର କାନ୍ଥରେ ମହିଳା,ପୁରୁଷ, ଯୁବା ଯୁବତୀ ମିଶି ଶଙ୍ଖଚିହ୍ନ କୁ ଟଙ୍ଗେଇଥିଲେ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ବ୍ଲକ ଅଧ୍ୟକ୍ଷ୍ୟ ରଞ୍ଜୀବ ଶବର, ଜିଲ୍ଲାପରିଷଦ ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟ ପ୍ରେମାନନ୍ଦ ନାୟକ ଓ ବିଜେଡି ସ୍ବେଛ୍ଛା ସେବି ଦେବଦତ୍ତ ନାୟକ ପ୍ରମୁଖଙ୍କ ସହ ମହିଳା ଗୃପ୍ ଆଶା ଅଙ୍ଗନଓ୍ବାଡି ଓ ଅନେକ ପୁରୁଷ ମହିଳା ଓ ଯୁବକ ଯୁବତୀ ଯୋଗ ଦେଇଥିଲେ।

 

 

 

 

 

 

 

 

 

Exit mobile version