ବିଜ୍ଞାନ ଦିବସରେ ବିଜ୍ଞାନ ପ୍ରଦର୍ଶନୀ

୨୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ହିଞ୍ଜିଳିକାଟୁ :-> ଜାତୀୟ ବିଜ୍ଞାନ ଦିବସ ଅବସରରେ ବୁଧବାର ହିଞ୍ଜିଳିକାଟୁ ବ୍ଳକ ବେଲଗାଁ ସ୍ଥିତ ସ୍ଵାମୀ ଶ୍ରୀଶ୍ରୀ ଚିଦାନନ୍ଦ ଶିଶୁ ମନ୍ଦିର ପରିସରରେ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇ ଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ସରପଞ୍ଚ ପ୍ରତିନିଧି ଶ୍ରୀନିବାସ ସାହୁ,ସିଆରସିସି ସୁଶାନ୍ତ କୁମାର ପାଢ଼ୀ,

ପଞ୍ଚାୟତ ନିର୍ବାହୀ ଅଧିକାରୀ ବି.ହରି ଓ ବେଲଗାଁ ରଘୁନାଥ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷୟିତ୍ରୀ ଏଵଂ ଗଣ୍ଡଳା ଗଣେଶ ବିଦ୍ୟାପୀଠର ପୂର୍ବତନ କ୍ରୀଡା ଶିକ୍ଷକ ସୁରେନ୍ଦ୍ର ପଣ୍ଡାଙ୍କ ସମେତ ବିଦ୍ୟାଳୟ ପରିଚାଳନା ପରିଷଦର ସମସ୍ତ ସଦସ୍ୟ ତଥା ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ଶିଶୁଙ୍କ ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିବା ସହ ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ସେମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ।

ପ୍ରକଳ୍ପ ଗୁଡ଼ିକୁ ଜ୍ୟେଷ୍ଠ ଏଵଂ କନିଷ୍ଠ ବର୍ଗ ଅନୁସାରେ ଭାଗ କରି କୃତିତ୍ୱ ହାସଲ କରିଥିବା ଶିଶୁମାନଙ୍କୁ ପୁରସ୍କାର ଏଵଂ ପ୍ରଶଂସା ପତ୍ର ପ୍ରଦାନ କରା ଯାଇଥିଲା। ଏହି ବିଜ୍ଞାନ ପ୍ରଦର୍ଶନୀରେ ୪୦ ଟି ପ୍ରକଳ୍ପ ନେଇ ବିଦ୍ୟାଳୟର ୫୦ ଜଣ ଶିଶୁ ଅଂଶ ଗ୍ରହଣ କରିଥିଲେ।

Exit mobile version