ଭାରତୀୟ ଗଣମାଧ୍ୟମ କଂଗ୍ରେସ କଲ୍ୟାଣ ବିଧି ତରଫରୁ ୧୦୦ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ କରାଯିବ

୧୦୦ ସାମ୍ବାଦିକଙ୍କୁ ମିଳିବ ପେନସନ, ୫୦୦୦ ସାମ୍ବାଦିକଙ୍କୁ ଦିଆଯିବ ସୁବିଧା ସ୍ୱାସ୍ଥ୍ୟ କାର୍ଡ, ଚାଲିବ ସାମ୍ବାଦିକ ରେସକ୍ୟୁ ଭ୍ୟାନ

୨୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର/ନୟାଗଡ :-> ଭାରତୀୟ ଗଣମାଧ୍ୟମ କଂଗ୍ରେସ କଲ୍ୟାଣ ବିଧି ତରଫରୁ ୧୦୦ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ କରାଯିବ । ସେହିପରି ୫୦୦୦ ସାମ୍ବାଦିକଙ୍କୁ ସୁବିଧା ସ୍ୱାସ୍ଥ୍ୟ କାର୍ଡ ଦିଆଯିବ। ଆଇଏମସି ତରଫରୁ ରାଜ୍ୟ ମୂଖ୍ୟାଳୟରେ ସାମ୍ବାଦିକ ରେସକ୍ୟୁ ଭ୍ୟାନ ଚାଲିବ ବୋଲି ଆଇଏମସିର ଏକ ପ୍ରେସମିଟରେ ଘୋଷଣା କରାଯାଇଅଛି । ଭାରତୀୟ ଗଣମାଧ୍ୟମ କଂଗ୍ରେସର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସ୍ତାବ ପାରିତ କରାଯାଇଛି । ଆଇଏମସିର ଉପାଧ୍ୟକ୍ଷ ରଜନୀକାନ୍ତ ସାମନ୍ତରାୟ , ସଭାପତି ସଂଜୟ ଦାସ, ମହାସଚିବ ହୃଷିକେଶ ମହାନ୍ତି, ଉପସଭାପତି ପ୍ରଦ୍ୟୁମ୍ନ ଦାଶ ଓ କୋଷାଧ୍ୟକ୍ଷ ପ୍ରସନ୍ନ ପୃଷ୍ଟି ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ବିବରଣୀ ସହିତ ଏହି ସୂଚନା ଦେଇଛନ୍ତି ।

ସମ୍ମଳିତ କର୍ମଜୀବୀ ସାମ୍ବାଦିକ ସଂଘ, ହାଇଟେକ ମେଡିକାଲ କଲେଜ ଓ ହସପିଟାଲ ସହାୟତାରେ ରାଜ୍ୟର ୫୦୦୦ ସାମ୍ବାଦିକଙ୍କୁ ସୁବିଧା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ସମସ୍ତ ୟୁଟ୍ୟୁବର ଚାନେଲ ଗଡିକୁ ସହ ବନ୍ଧିତ କରି ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରାପ୍ତି ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପିତ ହେବ । ଓଡିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରି କରାଯାଉଥିବା ଗୋପବନ୍ଧୁ ସ୍ୱସ୍ଥ୍ୟ ବୀମା ଯୋଜନା କେବଳ ବିଜ୍ଞାପନ ନିତୀ ଅନୁସାରେ ଅନୁମୋଦିତ ଖବରକାଗଜକୁ ପ୍ରଦାନ କରାଯାଉଛି । ତେଣୁ ଆରଏନଆଇ ଦ୍ୱାରା ପଂଜିକୃତ ତଥା ନିୟମିତ ପ୍ରକାଶ ପାଉଥିବା ଖବରକାଗଜଗୁଡିକୁ ମଧ୍ୟ ସେହି ସୁବିଧାରୁ ବଂଚିତ ନ କରିବାକୁ ଦାବୀ ଉପସ୍ଥାପିତ ହେବ ।

ଆଗାମୀ ନିର୍ବାଚନ ପୂର୍ବରୁ କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନଙ୍କୁ ସୁରକ୍ଷା ଦେବାକୁ ପ୍ରଶାସନକୁ ଅନୁରୋଧ କରାଯିବ । ଏତଦବ୍ୟତିତ ଆଇଏମସି ତରଫରୁ ଏକ ସାମ୍ବାଦିକ ରେସକ୍ୟୁ ଭ୍ୟାନ ଚାଲୁ କରିବାକୁ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହି ଅବସରରେ ନୁଆଦିଲ୍ଲୀରେ ଅନୁଷ୍ଠିତ ହୋଇ ଯାଇଥିବା ଭାରତୀୟ ଗଣମାଧ୍ୟମ କଂଗ୍ରେସର ଉଦଘାଟନୀ ଉତ୍ସବ ସଂପର୍କରେ ଆଲୋଚନା କରାଯିବା ସହ ପ୍ରଦ୍ୟୁମ୍ନ ଦାଶଙ୍କ ଦ୍ୱାରା ହୋଇଥିବା ସାମ୍ବାଦିକଙ୍କ ପାଇଁ ଉଦ୍ଦିଷ୍ଟ ଲୋଗୋକୁ ଆଦୃତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସଭାପତି ସଂଜୟ ଦାସ ସୂଚନା ଦେଇଛନ୍ତି ।

 

Exit mobile version