୨୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମା ରେ କଂଗ୍ରେସର ପରିବର୍ତ୍ତନ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ନବରଙ୍ଗପୁର ଲୋକସଭା ଆଶାୟୀ ପ୍ରାର୍ଥୀ ଭୁଜବଳ ମାଝୀ, ମାଲକାନଗିରି ଆଶାୟୀ ପ୍ରାର୍ଥୀ ମାଲା ମାଢି, ନଗର କଂଗ୍ରେସ ସଭାପତି ଜି. ଶ୍ରୀନିବାସ ରାଓ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପୁଷ୍ପା କଵାସୀ, ଶିଶିର ଗମାଙ୍ଗ, ଜିଲ୍ଲା ଅନୂସୂଚିତ ଜାତି ଅଧ୍ୟକ୍ଷ ଇର୍ମା କବାସୀ,
କାଲିମେଳା ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମଣ ମାଡକାମି, ପଡ଼ିଆ ବ୍ଲକ ସଭାପତି ନାକା ରାଜୁ କୁମାର, ବ୍ଲକ ଯୁବ କଂଗ୍ରେସ ସଭାପତି ନାରା ନାଗା ରାଜୁ, ବ୍ଲକ ମହିଳା ସଭାନେତ୍ରୀ ମିନତୀ ଚିନ୍ନାମ, ପ୍ରମୋଦ ସେଠୀ, ନାଗୁଲ ଜଵଦାଇ ,ଏମ୍ ଚିନ୍ନା ଓ ଆର୍ ଜ୍ଞାନ ଦାସ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ ବିଭିନ୍ନ ପଞ୍ଚାୟତରୁ ବିଜେପି ଓ ବିଜେଡ଼ି ଦଳର କର୍ମୀ କଂଗ୍ରେସ ଦଳରେ ସାମିଲ ହୋଇଥିଲେ ।

