କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ କଇଥା ପଂଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା,

ଓଡିଶା ତାଜା ନ୍ୟୁଜ୍ (୨୭ ଜୁଲାଇ ସୋମବାର ) କଟକ :- କଟକ ଜିଲ୍ଲା, ମାହାଙ୍ଗା ବ୍ଲକ କଇଥା  ପଂଚାୟତ ରେ ଜଣେ ବ୍ୟକ୍ତି  କରୋନା ଆକ୍ରାନ୍ତ  ଚି଼ହ୍ନଟ ହେବା  ପରେ  ବ୍ୟକ୍ତି ଜଣକ ଘରେ ଥିବା ସମୟରେ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ବେଳେ  ପଂଚାୟତ  ପ୍ରଶାସନ ପକ୍ଷରୁ କଇଥା ଗ୍ରାମର 5, 6 ଓ 10,  11 ୱାର୍ଡକୁ  ୩ ଦିନିଆ  କଣ୍ଟେନ ମେଣ୍ଟ ଜୋନ ଘୋଷଣା କରାଯାଇଥିବା ସରପଞ୍ଚ ଦିଲୀପ ଦାସ ସୂଚନା ଦେଇଛନ୍ତି,

ଏଥି ସହ ଲୋକଙ୍କ ସୁରକ୍ଷା ପାଇଁ  ସମ୍ପୂର୍ଣ ପଂଚାୟତ କୁ  ବିଶୋଧନ କରାଯାଇଛି,  କେଉଁ ମାନଙ୍କ ସହ ଆକ୍ରାନ୍ତ ବ୍ୟକ୍ତି ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚି଼ହ୍ନଟ କରାଯାଇ ପ୍ରଶାସନ କୁ ସେମାନଙ୍କର ସ୍ୱାବ ଟେଷ୍ଟ ପାଇଁ  ନାମ ଦିଆଯିବ ବୋଲି ସରପଞ୍ଚ  କହିଛନ୍ତି,  (ରିପୋର୍ଟ  ଲଷ୍ମୀଧର ଖୁଣ୍ଟିଆ)

Exit mobile version