୨୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା :- ଦଶପଲ୍ଲାର ସମସ୍ତ ବ୍ୟବସାୟୀଙ୍କୁ ନେଇ ଗଠିତ ମହାବୀର ବଣିକ ମହାସଂଘର ତ୍ରୟୋଦଶତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ମହାସଂଘର ସଭାପତି ଅଲେଖ ସାହୁଙ୍କ ନେତୃତ୍ବରେ ଦଶପଲ୍ଲା ସହରର ବିଶ୍ଵକର୍ମା ବଜାରଠାରେ ହନୁମାନଙ୍କୁ ପୂଜାର୍ଚ୍ଚନା କରାଯାଇ ବାଇକ ଶୋଭାଯାତ୍ରାରେ ୧୪ଟି ବଜାର ପରିକ୍ରମା କରାଯାଇଥିଲା । 
ରାସ୍ତା ପାର୍ଶ୍ବରେ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସେହିଭଳି ଦଶପଲ୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଏବଂ ବୃଦ୍ଧାଶ୍ରମରେ ଫଳବଣ୍ଟନ କରାଯାଇଥିଲା। ସଭାପତି ଶ୍ରୀ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଉପସଭାପତି ଉମାକାନ୍ତ ସାହୁ, ବିଧାୟକ ରମେଶ ଚନ୍ଦ୍ର ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

