୨୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୟାଗଡ :- ସ୍ଥାନୀୟ ମଡେଲ ଡିଗ୍ରୀ କଲେଜ ଠାରେ ଜାତୀୟ ବିଜ୍ଞାନ ମେଳା ଅଧ୍ୟକ୍ଷ ଡ଼ଃ ମାନସ ରଞ୍ଜନ ଶତପଥୀ ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଅଛି. ନୋବେଲ ବିଜେତା ପଦାର୍ଥ ବିଜ୍ଞାନୀ ସାର ସି. ଭି. ରମଣଙ୍କ ବହୁ ଚର୍ଚ୍ଚିତ ରମଣ ପ୍ରଭାବ ଘୋଷଣା କୁ ମନେ ପକାଇବା ଉଦେଶ୍ୟରେ ସମସ୍ତ ବିଜ୍ଞାନ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ କରିଥିଲେ. ପ୍ରାୟ 25 ଗୋଟି ବିଜ୍ଞାନ ପରିକଳ୍ପନା ଓ 15 ଗୋଟି ତତ ସମ୍ବନ୍ଧୀୟ ପୋଷ୍ଟର ପ୍ରଦର୍ଶିତ ହୋଇଥିଲା. ଅନ୍ତର୍ଜାତୀୟ ପଦାର୍ଥ ବିଜ୍ଞାନୀ, ପ୍ରସିଦ୍ଧ ବିଜ୍ଞାନ ଲେଖକ ତଥା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ର ପ୍ରଫେସର ଡ଼ଃ କମଳା କାନ୍ତ ଜେନା ” ଭାରତୀୟ ସଂସ୍କୃତି ଓ ରମଣ ପ୍ରଭାବ ” 
ବିଷୟରେ ସାରଗର୍ଭକ ଭାଷଣ ଅତି ସରଳ ଭାଷା ରେ ଛାତ୍ରଛାତ୍ରୀ ମାନଙ୍କ ଆଗରେ ରଖିଥିଲେ. ବିଜ୍ଞାନ ର ପ୍ରସାର ପାଇଁ ସମସ୍ତେ ଚେଷ୍ଟିତ ହେବା ବେଳେ ଏହାର ସୁଦୂର ପ୍ରସାରି ପ୍ରଭାବ କୁ ନଜର ଅନ୍ଦାଜ ନ କରିବାକୁ ପ୍ରବାର୍ତ୍ତାଇଥିଲେ. ପରେ ପ୍ରଦର୍ଶିତ ପରିକଳ୍ପନା ଓ ପ୍ରୋଜେକଟ କୁ ବୁଲି ଦେଖିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ. ବିଜୟିନୀ ସୁଭଦର୍ଶିନୀ ଙ୍କ ପରିକଳ୍ପିତ ସଭା ଓ ପ୍ରଦର୍ଶନୀରେ ରୀନାବାଳା ଘଡେଇ, ରୀତିଶ୍ରୀ ମଲିକ,ପ୍ରକାଶ କୁମାର ସାହୁ,ବିଜୟ ନାୟକ, ଉରୁକ୍ରମ ପଣ୍ଡା, ଡ଼ଃ ସୀତାରାମ ସାହୁ, ଆକାଶ ପ୍ରଧାନ ଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ମାନେ ଉତ୍ସାହିତ ହେବା ସହିତ ବିଶେଷ ଜ୍ଞାନ ଲାଭ କରିଥିଲେ.

