୧୯୮୨ ମାଟ୍ରିକ ବ୍ୟାଚ ଲକ୍ଷେଶ୍ୱର ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

୨୮ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :- କଟକ ସଦରଥାନା ଅନ୍ତର୍ଗତ ଫୁଲନଖରା ଛକ ନିକଟରେ ଥିବା ଲକ୍ଷେଶ୍ୱର ହାଇସ୍କୁଲର ୧୯୮୨ ମସିହା ମାଟ୍ରିକ୍ ବ୍ୟାଚ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁମିଳନ ଉତ୍ସବ ବୁଧବାର ଦିନ ନଖରା-ଜନ୍ମେଜୟପୁର କେନାଲ ବନ୍ଧ ରାସ୍ତା ପାର୍ଶ୍ଵରେ ଥିବା ମା ରାଉତାଣୀ ମଣ୍ଡ କନଭେନ୍ସନ ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରଶାନ୍ତ ପଟ୍ଟନାୟକ, ଶିଶିର କାନ୍ତ ନାୟକ, ଅଶୋକ କୁମାର ବରାଳ, ରଣଜିତ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ବନ୍ଧୁ ମିଳନ ଉତ୍ସବରେ ଶରତ କୁମାର ବେହେରା, ଅମୂଲ୍ୟ କୁମାର ବାରିକ , କାନନ ବିହାରୀ ନାୟକ, ଲକ୍ଷ୍ମୀଧର ସ୍ୱାଇଁ, ଭାଗ୍ୟଧର ଦଳାଇ, ସୁକାନ୍ତ ଚନ୍ଦ୍ର ନାୟକ , ଅଞଳୀ ବେହେରା, ନିରୁପମା ପଟ୍ଟନାୟକ, ଗୀତାଞଳୀ ମହାନ୍ତି,ଗୀତାରାଣି ମଲ୍ଲିକ, ରୁକ୍ମଣୀ ଜେନା, ରବି ନାରାୟଣ ମିଶ୍ର, ପ୍ରମୁଖ ଛାତ୍ରଛାତ୍ରୀ ଯୋଗ ଦେଇ ପ୍ରଥମ ଦିବଙ୍ଗତ୍ ସାଥୀଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଦୀର୍ଘ ୪୨ ବର୍ଷ ତଳେ ସ୍କୁଲରେ ପାଠ ପଢ଼ିବା ସମୟରେ ପରସ୍ପର ମଧ୍ୟରେ କିଭଳି ଥଟ୍ଟାମଜା କରୁଥିଲେ, ସେହି ପିଲା ଦିନର ସ୍ମୃତିକୁ ମନେ ପକାଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ପ୍ରତି ବର୍ଷ ଏହି ବନ୍ଧୁ ମିଳନ କାର୍ଯ୍ୟକୁ ବଜାୟ ରଖିବା ସହ ଆଗାମୀ ଦିନରେ ବଡ଼ଧରଣ କାର୍ଯ୍ୟକ୍ରମ କରାଯିବ ବୋଲି ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଥିଲେ ।

Exit mobile version