Home ଓଡ଼ିଶା ଶରଣକୁଳକୁ ଏନ.ଏ.ସିର ମାନ୍ୟତା ନମିଳିଲେ ଭୋଟ ବର୍ଜନ କରିବେ ଅଞ୍ଚଳ ବାସି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଦୀର୍ଘ ଦିନ ଧରି ଅଞ୍ଚଳ ବାସୀଙ୍କୁ ଭୁଆଁ ବୁଲଉଥିଲେ ବିଧାୟକ ୨୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଓଡ଼ଗାଁ :- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରସିଦ୍ଧ ଶୈବପୀଠ ଲଡୁକେଶମହେଶ ଓଡ଼ିଶାର ଅନ୍ୟତମ ଶୈବ ପୀଠ ଭାବରେ ଖ୍ୟାତି ଲାଭ କରିଥିବା ବେଳେ ଦୀର୍ଘ ୧୨ ବର୍ଷ ଧରି ଏହାକୁ ଏନଏସି ଘୋଷଣା ପାଇଁ ଦାବୀ ହେଉଥିଲେ ମଧ୍ୟ ବର୍ତମାନ ଓଡ଼ିଶାରେ ନୂତନ ଭାବରେ ଘୋଷିତ ୩୫ ଟି ଏନଏସି ମଧ୍ୟରେ ସରଣକୁଳ ନାମ ନ ଥିବା ଶରଣକୁଳ ଅଞ୍ଚଳ ବାସୀଙ୍କୁ ବ୍ୟଥିତ କରିବା ସହିତ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ରଣପୁର ନିର୍ବାଚନ ମଣ୍ଡଳୀ ରଣପୁରକୁ ଏନଏସି ଘୋଷଣା ସମୟରେ ଶରଣକୁଳ ଏନଏସି ହେଉଛି ବୋଲି ଏକ ପ୍ରଚାର ମଧ୍ୟ ଚାଲିଥିଲା ।କିନ୍ତୁ ଦୁଃଖ ଓ କ୍ଷୋଭର ବିଷୟ ରଣପୁର ବିଧ୍ୟାୟକ ଓ ପୁରୀ ଲୋକସଭା ସାଂସଦ ଉଭୟ ବାରମ୍ବାର ଶରଣକୁଳ ଏନଏସି ନିଶ୍ଚୟ ହେବ କହି ଦୀର୍ଘ ୧୨ ବର୍ଷ ଧରି ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କୁ ଭୁଂଆ ବୁଲାଇ ଚାଲିଥିବା ସହିତ ନିଜର ଭୋଟ କୁ ପାଇବାରେ ସଫଳ ହୋଇ ଆସୁଥିଲେ ।ଏନଏସି ହେବାପାଇଁ ସବୁ ଦିଗରୁ ଯୁକ୍ତିଯୁକ୍ତ ଥିଲେ ମଧ୍ୟ ଏନଏସି ଘୋଷଣା ନ ହେବା ଦୁର୍ବଳ ନେତୃତ୍ୱ ଓ ପ୍ରଶାସନିକ ଅବହେଳା ସହିତ ଅବହେଳାକୁ ଦର୍ଶାଉଅଛି ।ଶରଣକୁଳ ପଂଚାୟତ ର ୬ ଲକ୍ଷ ୩ ହଜାର ଓ ହରିହରପୁର 8ପଞ୍ଚାୟତର ୬ ଲକ୍ଷ ୪ ହଜାର ଏପରି ସର୍ବମୋଟ ୧୨ ଲକ୍ଷ ୭ ହଜାର ଲୋକ ଓ ୪୫ ଟି ୱାର୍ଡକୁ ନେଇ ଗଠିତ ହେବାକୁ ଥିବା ଏନଏସି ପାଇଁ ଡାକଘର,ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର,ପୋଲିସ ଥାନା,କଲେଜ,୫ -ଟିସ୍କୁଲ,ଜଳସମ୍ପଦ କାର୍ଯ୍ୟାଳୟ,ବନାଞ୍ଚଳ କାର୍ଯ୍ୟାଳୟ, ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ, ପୂର୍ତ୍ତବିଭାଗ ଓ ଜଳସମ୍ପଦ ବଙ୍ଗଳା, ଧର୍ମଶାଳା,ପାନ୍ଥଶାଳା,ବିଭିନ୍ନ ବ୍ୟାଙ୍କ କାର୍ଯ୍ୟାଳୟ ଇତ୍ୟାଦି ସମସ୍ତ ଆବଶ୍ୟକୀୟ ଅନୁଷ୍ଠାନ ଥିଲେ ମଧ୍ୟ କାହିଁକି ଶରଣକୁଳ ଏନଏସି ମାନ୍ୟତା ପାଇଲା ନାହିଁ ତାହା କ୍ଷୋଭର ବିଷୟ ।ଏଣୁ ଏହାର ଘୋର ପ୍ରତିବାଦ ସ୍ୱରୂପ ଶରଣକୁଳ ଅଂଚଳ ଜନସାଧାରଣ ଏନଏସି ଘୋଷଣା ଦାବିରେ ଆନ୍ଦୋଳନ କରିବାର ନିଷ୍ପତ୍ତି ନେଇ ଆଜି ତାହାର ପ୍ରାରମ୍ଭିକ ଝଲକ ଦେଖାଯାଇଛି ।ଶରଣକୁଳ ଲଡୁବାବା ମନ୍ଦିର ସମ୍ମୁଖରେ ବୁଦ୍ଧିଜୀବି, ବରିଷ୍ଠ ନାଗରିକ,ଯୁବକ,ମନ୍ଦିର ସେବାୟତ,ସ୍ଥାନୀୟ ନେତୃମଣ୍ଡଳୀ ଉପସ୍ଥିତ ରହି ହାତରେ ପ୍ଲା କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେବାସହ ୨୮ ତାରିଖ ଠାରୁ ଆନ୍ଦୋଳନ କୁ ତ୍ରୀବତର କରିବା ପାଇଁ ଶପଥ ନେଇଛନ୍ତି ।ପ୍ରକାଶ ଥାଉକି ଶରଣକୁଳ ଥାନା ସମ୍ମୁଖରେ ଥିବା ବାପୁଜି ସେବାସଙ୍ଘ ଠାରେ ଏନଏସି ଘୋଷଣା ସହିତ ବିଭିନ୍ନ ଦାବୀ ନେଇ ଦୀର୍ଘ ୧୮ ଦିନ ଧରି ଆହୋରାତ୍ର ଅନଶନ ଚାଲୁ ରହିଥିଲା ଯାହାକି ଗତ କାଲି ସ୍ଥଗିତ ରଖାଯାଇଛି ।ନିଜର ସ୍ୱାର୍ଥସ।ଧାନ ନିମନ୍ତେ ନେତୃମଣ୍ଡଳୀ ର ଏହି କ୍ରୁଶ୍ଚିତ ରାଜନୀତିକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଜନସାଧାରଣ ଙ୍କ ଠାରୁ ପ୍ରକାଶ | ଯଦି ଆସନ୍ତା ନିର୍ବାଚନ ପୂର୍ବରୁ ଶରଣକୁଳକୁ ଏନଏସି ଘୋଷଣା କରାନଯାଏ ତେବେ ଅଞ୍ଚଳ ବାସି ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । Categories: ଓଡ଼ିଶା, ଦେଶ, ନୟାଗଡ଼ ନିଉଜ୍, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026