ଋଣ ଭାର ଯୋଗୁ ରଶି ଦେଇ ଆତ୍ମହତ୍ୟା କଲେ କମ୍ପ୍ୟୁଟର ଶିକ୍ଷକ

ଓଡିଶା ତାଜା ନ୍ୟୁଜ୍ (୨୭ ଜୁଲାଇ ସୋମବାର ) କଟକ ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡାଯଇପୁର ଫାଣ୍ଡି ଅଧୀନରେ ଥିବା କୁହୁଣ୍ଡା ଗ୍ରାମର କୋଠପଦା ବାଜରେ ଥିବା ସିମେଟ କମ୍ପ୍ୟୁଟର କେନ୍ଦ୍ର ମଧ୍ୟରେ ଜଣେ କମ୍ପ୍ୟୁଟର ଶିକ୍ଷକ ବେକରେ ବେଡ଼ସିଟ ସାହାହଯ୍ୟରେ ପଙ୍ଖାରେ ରଶି ଦେଇ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଚକିତ କରିଚି, ମୃତ  ଯୁବକ ବ୍ୟାଙ୍କରୁ ଋଣ କରି  ଏହି ବ୍ୟବସାୟ କରୁଥିବାବେଳେ ଲକ ଡାଉନ ଯୋଗୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଯୋଗୁ ଅର୍ଥ ଚିନ୍ତାରେ ରସିଥିଲେ, ଏହି ଚିନ୍ତାରୁ ସେ ଆତ୍ମହତ୍ୟା କରିଥିବା ସାଧାରଣରେ ଶୁଣିବାକୁ ମିଳୁଛି, ଏହି ଥାନା   କୁଣ୍ଡି ପଞ୍ଚାୟତ ମଲିକପୁର ଗ୍ରାମର ନିରଞ୍ଜନ ସାହୁଙ୍କ ପୁଅ ପ୍ରସନ୍ନ (29) ପେସାରେ ଜଣେ କମ୍ପ୍ୟୁଟର ଶିକ୍ଷକ, କୋଠପଦା ବଜାର ରେ ଥିବା ନିଜ ଘରେ ସିମେଟ କମ୍ପୁଟର ନାମରେ ଶିକ୍ଷାନୁଷ୍ଠାନ କରି ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ କରୁଥିଲେ, 

ଗତକାଲି ପ୍ରସନ୍ନ ନିଜ ଘର ମଲ୍ଲୀକପୁର ଖାଇପିଇ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ଶୋଇବାକୁ ଆସିଥିବାବେଳେ ଆଜି ସକାଳୁ ତାଙ୍କ ମୃତଦେହ ପଙ୍ଖାରେ ବେଡ଼ସିଟ ସାହାଯ୍ୟରେ ଓହଳିଥିବା ଦେଖି ତାଙ୍କ ସାଥିରେ ଅନ୍ୟ ରୁମରେ ରହୁଥିବା ବାପି ପଡୋସୀଙ୍କୁ ଖବର ଦେଇଥିଲେ,  ପରେ ପରିବାର ପକ୍ଷରୁ ଫାଣ୍ଡିରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ଏକ ଅପମୃତ୍ୟ ମାମଲା ୠଜୁକରି ଶବ ବ୍ୟବଚ୍ଛେଦ ନିମନ୍ତେ କଟକ ବଡମେଡିକାଲ ପଠାଇ ତଦନ୍ତ ଚଳାଇଛନ୍ତି, ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିଲାପରେ କାରଣ ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀ କହିଛନ୍ତି, (ଲଷ୍ମୀଧର ଖୁଣ୍ଟିଆ ଙ୍କ ରିପୋର୍ଟ)

Exit mobile version