ନାଚୁଣୀ ମହାବିଦ୍ୟାଳୟ ରେ ନିଯୁକ୍ତି ମେଳା

୨୭ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :- ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟ ପରିସରରେ ଆଜି ଗୁଜରାଟ ସ୍ଥିତ ସୁଜୁକୀ ମୋଟର୍ସ ତରଫରୁ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ, ପରିଚାଳନା ପରିଷଦର ସଭାପତି ଅରୁଣ କୁମାର ଦାଶ ଙ୍କ ଉପସ୍ଥିତି ରେ ଉକ୍ତ ନିଯୁକ୍ତି ମେଳା ରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଭୁବନେଶ୍ୱର ସ୍ଥିତ ଯଶସ୍ଵୀ ଏକାଡେମୀ ର ଆଞ୍ଚଳିକ ମୁଖ୍ୟ ଅନୀଲ ତ୍ରିପାଠୀ ଙ୍କ ଆବାହକତ୍ଵ ରେ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମ ରେ ନାଚୁଣୀ ମହାବିଦ୍ୟାଳୟ ର କ୍ୟାରିୟର କାଉନ ସେଲିଙ୍ଗ କମିଟି ସଦସ୍ୟ ଅଧ୍ୟାପକ ଗୋଲକ ବିହାରୀ ବାରିକ, ଅଶ୍ଵିନୀ କୁମାର ମିଶ୍ର, ଅଜିତ କୁମାର ଦାଶ, ଡଃ ସି ମଞ୍ଜୁଲତା, ଲୋପାମୁଦ୍ରା ମିଶ୍ର, ଡଃ ପ୍ରଦୀପ କୁମାର ରଥ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।ସୁଜୁକି ମୋଟର୍ସ ର ବରିଷ୍ଠ ପଦାଧିକାରୀ ଏଲ ଜେ ବାଘେଲା ଆଶାୟୀ ଶତାଧିକ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କୁ ତ୍ଵରାନିତ କରିଥିଲେ। ୫୦ରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ଙ୍କୁ ମନୋନୀତ କରାଯାଇ ଖୁବ୍ ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ଶ୍ରୀ ବାଘେଲା ସୂଚନା ଦେଇଥିଲେ। ପ୍ରାରମ୍ଭରେ ଯଶସ୍ଵୀ ତରଫରୁ ବରିଷ୍ଠ ସେନାଧିକାରୀ ଇନ୍ ଜିନିୟର ଶତ୍ରୁଘ୍ନ ପ୍ରଧାନ ନିଯୁକ୍ତି କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଅର୍ପିତା ସେନ୍ କାର୍ଯ୍ୟ ପରିଚାଳନା ରେ ସହାୟତା କରିଥିଲେ।

Exit mobile version