ବିଜେଡି ଆଶାୟୀ ପ୍ରାର୍ଥୀ ଇଞ୍ଜିନିୟର ପ୍ରସନ୍ନ କୁମାର ମଲ୍ଲିକଙ୍କ ଜନ ସମ୍ପର୍କ ପଦଯାତ୍ରାରେ ସହ ଶହ ମହିଳା, ପୁରୁଷ ସାମିଲ

୨୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନିଆଳି  :-> ନିର୍ବାଚନ ଯେତେ ପାଖେଇ ଆସୁଛି ନିଆଳି ରାଜନୀତି ସେତେ ସରଗରମ ଦେଖିବାକୁ ମିଳୁଛି । ନିଆଳି ନିର୍ବାଚନ ମଣ୍ଡଳୀ ଭିତରେ ଗୋଷ୍ଠି କନ୍ଦଳ ଓ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ, ସମସ୍ତଙ୍କୁ ପଛରେ ପକାଇ ନିଆଳି ଜନସାଧାରଣଙ୍କ ଏକ ମାତ୍ର ପସନ୍ଦ ଯୋଗ୍ୟ ବିବେଚିତ ପ୍ରାର୍ଥୀ ପାଲଟିଛନ୍ତି ଇଞ୍ଜିନିୟର ପ୍ରସନ୍ନ କୁମାର ମଲ୍ଲିକ । ତାଙ୍କର ଜନସଂପର୍କ ପଦଯାତ୍ରାରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ସାମିଲ ହେବାରେ ଦେଖିବାକୁ ମିଳିଛି ।

ଏହି ପଦଯାତ୍ରା ବାରଙ୍ଗ ବ୍ଲକରୁ ବାହାରି କଣ୍ଟାପଡ଼ା,ଅଡସପୁର ଦେଇ ନିଆଳି ବଙ୍ଗାଳୀସାହି ଠାରେ ପହଞ୍ଚି ଥିଲେ । ସେଠାରେ ଅପେକ୍ଷାରତ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଏହି ରୋଡ ଶୋରେ ସାମିଲ ହୋଇଛନ୍ତି । ସେଠାରୁ ପଦଯାତ୍ରାରେ ବାହାରି ନିଆଳି ବଜାର ମଧ୍ୟ ଦେଇ ନିଆଳି ହାଇସ୍କୁଲ ପଡିଆ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଦେବା ପରେ କୁତାମ ଚଣ୍ଡୀ ମନ୍ଦିର ପରିସରରେ ଆୟୋଜିତ ଏକ ସଭାରେ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଜନହିତକର କାର୍ଯ୍ୟ କ୍ରମ ସମ୍ପର୍କରେ ଶ୍ରୀ ମଲ୍ଲିକ ଲୋକମାନଙ୍କୁ ବୁଝାଇଥିଲେ ।

 

ଏହି ଶୋଭାଯାତ୍ରାରେ ରଞ୍ଜିତ କୁମାର ମଲ୍ଲିକ, ଗଣେଶ ସାହୁ ପ୍ରମୁଖ ନେତୃତୋ ନେଇଥିଲେ।ଆସନ୍ତା ୨୦୨୪ ନିର୍ବାଚନ ପାଇଁ ନାଲକୋର କାର୍ଯ୍ୟରତ ବରିଷ୍ଠ ଇଞ୍ଜିନିୟର ପ୍ରସନ୍ନ କୁମାର ମଲ୍ଲିକ ବିଜେଡି ଟିକେଟ ଦୌଡ଼ରେ ଦାବିଦାର ରହିଛନ୍ତି । ଇଞ୍ଜିନିୟର ଶ୍ରୀ ପ୍ରସନ୍ନ ମଲ୍ଲିକ ଗତ୫ ବର୍ଷ ଧରି ନିଆଳି, କଣ୍ଟାପଡ଼ା ଓ ବାରଙ୍ଗ ବ୍ଲକ ଅଞ୍ଚଳବାସୀଙ୍କ ଦୁଃଖ ସୁଖରେ ସାମିଲ ହୋଇ ସେ ଗାଁ ଗାଁରେ ବୈଠକ, ସଭାସମିତି ମାନ କରିଆସୁଛନ୍ତି ,

ନିଆଳିବାସୀଙ୍କ ଦାବୀ ମୁତାବକ ସେ ବିଜେଡି ଦଳରୁ ଆଶାୟୀ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ଛନ୍ତି । ବିଭିନ୍ନ ସମୟରେ ପ୍ରସନ୍ନଙ୍କ ରୋଡ ଶୋ ରେ ସହ ଶହ ସଂଖ୍ୟାରେ ପୁରୁଷ, ମହିଳା ସାମିଲ ହେଉଥିବାରୁ ପ୍ରସନ୍ନଙ୍କ ପାଇଁ ଜନସମର୍ଥନ ବୃଦ୍ଧି ପାଇ ଅଛି । ପ୍ରସନ୍ନଙ୍କ ପାଇଁ ଜନସମର୍ଥନ ବୃଦ୍ଧି ପାଇବା ଦେଖି ଏବେ ବିରୋଧୀ ଶିବିରରେ କମ୍ପନ ସୃଷ୍ଟି କରିଛି ।

Exit mobile version