ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ ବାବୁ

୨୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନିଆଳି :- ଲାଞ୍ଚ ନେବା ବେଳେ ଧରା ପଡ଼ିଲେ କଟକ ଜିଲ୍ଲା ନିଆଳି ଥାନା ASI ବିଜୟ କୁମାର ଭଞ୍ଜ. ୨୦୦୦ ଟଙ୍କା ଲାଞ୍ଚ ନେବା ବେଳେ ASI ଙ୍କୁ ମାଡ଼ି ବସିଲା ଓଡ଼ିଶା ଭିଜିଲାନ୍ସ ଟିମ୍. ଗତକାଲି ସଂପୃକ୍ତ ପୋଲିସ ଅଧିକାରୀ ଜଣକ ଲାଞ୍ଚ ନଦେଲେ ମାମଲା ରେ ଛନ୍ଦି ଦେବେ ବୋଲି କହିବା ପରେ ଅଭିଯୋଗକାରି ଜଣକ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇଥିଲେ. ଆଜି ଅଭିଯୋଗକାରୀ ଜଣକ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ପୋଲିସ ଅଧିକାରୀ ଙ୍କୁ ଧରିଥିଲା ଏବଂ ତାଙ୍କ ଠାରୁ ୨୦୦୦ଟଙ୍କା ଜବତ କରିଥିଲା. ଏହା ସହ ପୋଲିସ ବାବୁ ଙ୍କ ଦୁଇଟି ସ୍ଥାନ ରେ ଭିଜିଲାନ୍ସ ଚଢ଼ାଉ କରୁଥିବା ସୂଚନା ମିଳିଛି.

Exit mobile version