ରାଇପଡା ମା ତାରିଣୀ ମା ଙ୍କର ବାର୍ଷିକ ଉତ୍ସବ ଅନୁଷ୍ଠିତ

୨୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚାନ୍ଦପୁର :-> ରଣପୁର ବ୍ଲକ ରାଇପଡା ଗ୍ରାମର  ମା ତାରିଣୀ ଦେବୀଙ୍କ ପୀଠରେ ଗତ ଶନିଵାର ଦିନ ଅନୁଷ୍ଠିତ ତାର ଵାର୍ଷିକ ଉତ୍ସଵ ମହାସମାହରେ ଶୃଙ୍ଖଳାର ସହିତ ପାଳିତ ହୋଇ ଯାଇଛି।ଏହାର ଆୟୋଜକ ଉକ୍ତ ରାଇପଡା ଗ୍ରାମର ସମସ୍ତ ଭକ୍ତଵତ୍ସଳ ତଥା ଗ୍ରାମବାସୀ ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନରେ ପରିଣତ ହୋଇଥିବା ଵେଳେ ସାରା ଅଞ୍ଚଳରେ ଚର୍ଚିତ ହୋଇଛି ।

ଏହି ଅବସରରେ ବିଧିମୁତାବକ କାର୍ଯ୍ୟସୂଚୀ ଅନୁସାରେ ୨୧/୨ ବୁଧଵାର ଦିନ ଅଙ୍କୁରାରୋପଣ ,ଗୁରୁବାର ଦିନ ଜଳଯାତ୍ରା ସହିତ  ଶୁକ୍ରବାର ଦିନ ସୂର୍ଯ୍ୟପୂଜା ଓ ନାମସଂଙ୍କିର୍ତ୍ତନ  ଚଲିଥିବାଵେଳେ ଶନିବାର ଦିନ ପୂର୍ଣ୍ନାହୂତି କାର୍ଯ୍ୟ ସମାପନ ହୋଇଥିଲା । ଏହା ଅତି ଆଡମ୍ଵର ସହ ମୂଖ୍ୟ ଆଚାର୍ଯ୍ୟ ପୁରୋଧାଙ୍କର ଜୟ ଜୟ ଧ୍ୱନିରେ ସାରା ପୀଠସ୍ଥଳୀଟି ପ୍ରକମ୍ପିତ ହୋଇଥିଲା।ପ୍ରତିଵର୍ଷ ଭଳି ଏଵର୍ଷ ମନ୍ଧ୍ୟ ଶତାଦ୍ଧୀକ ଭକ୍ତ ମାନଙ୍କର ସମାଗମରେ ଭଜନ,ଜଣାଣ ସହ ପ୍ରସାଦ ସେଵନର ଵ୍ୟବସ୍ଥା କରାଯାଇଥିଲା । 

Exit mobile version