Home ଓଡ଼ିଶା ମୋହନାରେ ବିଜେଡି ସାଂସଦ ଆଶାୟୀ ପ୍ରାର୍ଥୀଙ୍କ ବାଇକ୍ ଶୋଭଯାତ୍ରା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :–> ଗଜପତି ଜିଲ୍ଲା ମୋହନା ଠାରେ ଶନିବାର ବିଜେଡି ପକ୍ଷରୁ ଏକ ବାଇକ ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଜେଡି ରାଜ୍ୟ ସମ୍ପାଦକ ତଥା ଆଗାମୀ ନିର୍ବାଚନ ପାଇଁ ବିଜେଡି ର ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ରୁ ସାଂସଦ ପ୍ରାର୍ଥୀ ଭାବେ ଆଶାୟୀ ଥିବା ପ୍ରାର୍ଥୀ ପ୍ରଫେସର ମାରୁତ ପାଳ ଯୋଗ ଦେଇ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରା କରି ପଥ ପ୍ରାନ୍ତ ସଭା କରିଥିଲେ l ସ୍ଥାନୀୟ ହିଲ୍ ଟପ୍ କଲେଜ ଛକରୁ ପାଞ୍ଚଶହ ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ବାଇକ ଶୋଭାଯାତ୍ରା ରେ ବାହାରି ମୋହନା ସହର ପରିକ୍ରମା କରିବା ସହ ଚାପଟପଙ୍କା ଠାରେ ପହଞ୍ଚିଥିଲେl ଏହି ଅବସରରେ ରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ମାଧ୍ୟମରେ ସରକାର ଙ୍କ ଜନହିତକର ଯୋଜନା ସମ୍ପର୍କ ରେ ଲୋକଙ୍କୁ ଅବଗତ କରାଇବା ସହ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ କିଭଳି ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ଯୋଜନା ଗୁଡ଼ିକ ପହଞ୍ଚାଯାଇ ପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ l ମାରୁତ ପାଳ ଦଳର ଜଣେ ବରିଷ୍ଠ ସଂଗଠକ ତଥା ରାଜ୍ୟ ବିଜେଡି ସମ୍ପାଦକ ହୋଇଥିବା ବେଳେ ଆଗାମୀ ନିର୍ବାଚନ ରେ ଯଦି ସୁଯୋଗ ମିଳେ ତା’ହେଲେ ବିଜେଡି ଟିକଟରୁ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ସେ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେଡି ନେତା ହାଡ଼ିଆ କନ୍ଧ, ବିଳାସ ନାୟକ, ଜେମ୍ସ ରାଇକା, ପ୍ରକାଶ ନାୟକ, ବାଲେନ୍ତିନ ମାଝୀ, ଏସ ଡି ସି ଉପାଧ୍ୟକ୍ଷ ଧନେଶ୍ଵର ଭୂୟାଁ, ଜ୍ଞାନ ରଞ୍ଜନ ଜେନା ଙ୍କ ସମେତ ବହୁ ନେତା ଏବଂ ସଂଗଠକ ଯୋଗ ଦେଇଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026