୩୭ ବର୍ଷ ପରେ ଏକାଠି ହେଲେ ଖାନନଗର ହାଇସ୍କୁଲ ୮୭ ମସିହା ବ୍ୟାଚ ଛାତ୍ରଛାତ୍ରୀ

୨୫ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :-> ଖାନନଗର ହାଇସ୍କୁଲରେ ଅଧ୍ୟୟନ କରି ପାସଆଉଟ ହୋଇଥିବା ୧୯୮୭ ମସିହା ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁମିଳନ ଉତ୍ସବ , ରବିବାର ଦିନ ଗୋପାଳପୁର ନିକଟସ୍ଥ ଜଗନ୍ନାଥ ମନ୍ଦିର ବାଟିକା କାଠଯୋଡି ନଦୀ କୂଳ ସବୁଜ ବନାନୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପୂର୍ବତନ କର୍ପୋରେଟର ତଥା ପୁରାତନ ଛାତ୍ର ପ୍ରଦୀପ ବେହେରାଙ୍କ ଆବାହକ ତ୍ୱରେ ଆୟୋଜିତ ବନ୍ଧୁମିଳନରେ ଶତାଧିକ ଛାତ୍ରଛାତ୍ରୀ ଏବଂ ସେମାନଙ୍କର ପିଲାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଛାତ୍ରଛାତ୍ରୀମାନେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବନ୍ଧୁମିଳନ ମଞ୍ଚରେ ପୁଲ ଚନ୍ଦନ ଦେଇ ପୂଜା କରିବା ସହ , ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରି ଆଶୀର୍ବାଦ ନେଇଥିଲେ । ଦୀର୍ଘ ୩୭ ବର୍ଷ ପରେ ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ସାଙ୍ଗକୁ, ନୃତ୍ୟ ଗୀତରେ ସାମିଲ ହୋଇ ପରସ୍ପର ମଧ୍ୟରେ ଖୁସି ବାଣ୍ଟିଥିଲେ ।

ଭୋଜିଭାତ କରି ଏକାଠି ବସି ଖାଇଥିଲେ । ରମାକାନ୍ତ ବେହେରା, ସୁକାନ୍ତ ବେହେରା ,ବିଦ୍ୟାଧର ନନ୍ଦି,ନମିତା ସିଂ ,ଗୀତାରାଣି ଜେନା, ମୋହିନୀ ଦାସ, ସ୍ମୀତା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଥିରେ ସମସ୍ତ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।

Exit mobile version