Home ଓଡ଼ିଶା ପ୍ରଧାନ ଶିକ୍ଷକଙ୍କୁ କ୍ଷମା ମାଗିଲେ : ନକଲି କଣ୍ଟ୍ରାକ୍ଟର by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବୋଲଗଡ :-> ବୋଲଗଡ ଶିକ୍ଷାବ୍ଲକ ଅନ୍ତର୍ଗତ ସଂପୁର ଗ୍ରାମସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କୁ ମାଡ଼ ମାରିବା ମହଙ୍ଗା ପଡିଲା ନକଲି କଣ୍ଟ୍ରାକ୍ଟରଙ୍କୁ l ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟରେ 5ଟ ରୂପାନ୍ତରଣ କାର୍ଯ୍ୟ କରିଥିବା ନକଲି କଣ୍ଟ୍ରାକ୍ଟର ସତ୍ୟରଞ୍ଜନ ରାଉତରାୟ ଦିନେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ଏକ କାଗଜ ବଢ଼ାଇଲେ ଏବଂ କାଗଜର ଲେଖା ନ ପଢି ଆଖି ବୁଝି ସେଥିରେ ଦସ୍ତଖତ କରିବାକୁ ଧମକ ଦେଖାଇଲେ l ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ତାଙ୍କୁ କାର୍ଯ୍ୟାଦେଶ ଦେଖାଇବାକୁ କହିବାରୁ ସେ ପ୍ରଧାନଶିକ୍ଷକ ଶ୍ରୀ ସ୍ୱାଇଁଙ୍କୁ ନାଲି ଆଖି ଦେଖାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସେ କାଗଜରେ ଦସ୍ତଖତ ନ କଲେ ଘର ଭିତରେ ଚାବି ପକାଇ ଦିଆସିଲ ମାରି ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ l ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ନିଜର ଜୀବନ ସୁରକ୍ଷା ପାଇଁ ବାହାରକୁ ଯିବା ଉଦ୍ୟତ ହେବା ବେଳେ ତାଙ୍କୁ ନକଲି କଣ୍ଟ୍ରାକ୍ଟର ଶ୍ରୀ ରାଉତରାୟ ମାଡ଼ ମାରିଥିଲେ l ତେଣୁ ପ୍ରଧାନ ଶିକ୍ଷକ ଏନେଇ ବୋଲଗଡ ଥାନାରେ ଉକ୍ତ ନକଲି କଣ୍ଟ୍ରାକ୍ଟର ଶ୍ରୀ ରାଉତରାୟଙ୍କ ନାମରେ ଏତଲା ଦେଇଥିଲେ l ବୋଲଗଡ ଥାନା ପୋଲିସ ବାହିନୀ ବିଦ୍ୟାଳୟକୁ ଆସି ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ l ଆଜି ବୋଲଗଡ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇଥିଲେ l ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ଓ଼ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ବିନୋଦିନୀ ଦତ୍ତ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନଙ୍କ ସହ ଥାନାକୁ ଯାଇଥିଲେ l ବୋଲଗଡ଼ ଥାନା ପରିସର ମଧ୍ୟରେ ଥାନା ଅଧିକାରିଣୀ ଶ୍ରମତୀ ବରାଳ ଓ ଅନ୍ୟ ପୋଲିସ ଏବଂ ପରିଚାଳନା କମିଟିର ସଭ୍ୟମାନଙ୍କ ଉପସ୍ଥିତିରେ ନକଲି କଣ୍ଟ୍ରାକ୍ଟର ସତ୍ୟରଞ୍ଜନ ରାଉତରାୟ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କୁ ଗୋଡ଼ଧରି କ୍ଷମା ପ୍ରାର୍ଥନା କରିବା ସହିତ ନିଜର ଭୁଲ ସ୍ବୀକାର କରି ଜୀବନରେ ଆଉ ଏଭଳି ଭୁଲ ଭବିଷ୍ୟତ ନ କରିବା ପାଇଁ ସମସ୍ତଙ୍କୁ ନେହୁରା ହୋଇ ସମସ୍ତଙ୍କୁ କ୍ଷମା ପ୍ରାଥନା ମାଗିଥିଲେ ! ସେଠାରେ ଉପସ୍ଥିତ ଥିବା ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନେ ଏହାର ସମାଧାନ କରିଥିଲେ ! ଏନେଇ ନକଲି କଣ୍ଟ୍ରାକ୍ଟର ଶ୍ରୀ ରାଉତରାୟ ଭବିଷ୍ୟତରେ ପ୍ରଧାନ ଶିକ୍ଷକଙ୍କ ନିକଟରେ ଏପରି ଗୁଣ୍ଡାଗିରି ଏବଂ ଦବଙ୍ଗ ଗିରି କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ by Proprietor Abhimanyu Maharana September 12, 2026 ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ by Proprietor Abhimanyu Maharana September 12, 2026 ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ - ଉଲ୍ଲାସ ଜନସଚେତନତା ପଦଯାତ୍ରା by Proprietor Abhimanyu Maharana September 12, 2026 ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ by Proprietor Abhimanyu Maharana September 12, 2026 ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ by Proprietor Abhimanyu Maharana September 12, 2026 ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026