Home ଓଡ଼ିଶା ଗୁମ୍ମା ବ୍ଲକରେ ନୂତନ ବିଡ଼ିଓଙ୍କ ଦାୟିତ୍ଵ ଗ୍ରହଣ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ନୂତନ ଗୋଷ୍ଟି ଉନ୍ନୟନ ଅଧିକାରୀ ଭାବେ ଯସ୍ମୀନ କୁମାର ପ୍ରଧାନ ଯୋଗ ଦେଇଛନ୍ତି।ସେ ଏହାପୂର୍ବରୁ ଡେ଼ପୁଟି କମିଶନ ବିଏମସି ଭୁବନେଶ୍ୱର ଠାରେ କାର୍ଯ୍ୟରତ ଥିଲେ।ଗୁମ୍ମା ବିଡ଼ିଓ ଶରତ କୁମାର ପାତ୍ରଙ୍କ କାଶୀନଗର ବ୍ଲକ ବଦଳି ହୋଇଥିଲା।ବୁଧବାର ବିଡ଼ିଓ ଶରତ କୁମାର ପାତ୍ର ନୂତନ ବିଡ଼ିଓ ଶ୍ରୀ ପ୍ରଧାନଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ପରେ।ନୂତନ ଭାବେ ଯୋଗଦାନ ଦେଇଥିବା ବିଡ଼ିଓ ଶ୍ରୀ ପ୍ରଧାନ ଗୁମ୍ମା ବ୍ଲକର ସାମଗ୍ରିକ ବିକାଶ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ସୁବିଧା ଯୋଗାଇ ଦେବା,ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ସହ ନିର୍ବାଚନ ପରିଚାଳନାକୁ ଦାୟିତ୍ଵ ସହ ପ୍ରଦାନ କରିବା ପାଇଁ ଚେଷ୍ଟା କରିବୀ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।ନୂତନ ବିଡିଓଙ୍କୁ ବ୍ଲକର କର୍ମଚାରୀ ତଥା ସ୍ଥାନୀୟ ଜନ ପ୍ରତିନିଧି ଓ ବ୍ଲକର ବିଭିନ୍ନ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ପ୍ରଶାସନିକ ଅଧିକାରୀ ଭାବେ ସାଧାରଣ ଲୋକଙ୍କ ପାଖରେ ସରକାରୀ ସୁବିଧା ଯୋଗାଇ ଦେବାକୁ ଅଧିକା ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ କହିଛନ୍ତି ବିଡ଼ିଓ ଯସ୍ମୀନ କୁମାର ପ୍ରଧାନ। Categories: ଓଡ଼ିଶା, ଗଜପତି, ଦେଶ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026