Home ଓଡ଼ିଶା ଗୁମ୍ମା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ଜିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପୀତ;ଗୁମ୍ମା ୱାରିସ ଚମ୍ପିୟାନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ଜୀପିଏଲ(ଗୁମ୍ମା ପ୍ରିମୀୟମ ଲିଂଗ) କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି।ଫାଇନେଲ ମେଚ୍ ଗୁମ୍ମା ୱାରିସ ଓ ଗୁମ୍ମା ୟୁନିଟାଇଡ଼-୧୧ ମଧ୍ୟରେ ହୋଇଥିଲା।ଏଥିରେ ୱାରିସ -୧୧ ବ୍ୟାଟିଂ କରି ୧୦୧ ରନର ଲକ୍ଷ ଦେଇଥିଲେ ଜବାବରେ ୟୁନିଟାଇଡ଼-୧୧ ୭୮ରନ କରିବାରେ ସକ୍ଷମ ହୋଇଥିଲେ। ଫାଇନେଲ ମେଚକୁ ୨୨ ରନକୁ ପଛରେ ପକାଇ ଗୁମ୍ମା ୱାରିସ -୧୧ ଜିଣି ଚମ୍ପିୟାନ ହୋଇଥିଲା।ଉଦଯାପନି ଉସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମାଜସେବୀ ରାଜୁ ପାଣି ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ଓ ଜର୍ସି ପ୍ରଧାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ଯୁବ କ୍ରିକେଟ ଖେଳାଳି ମାନଙ୍କୁ ନେଇ ଖେଳାଯିବା ସହ ଗୁମ୍ମା ଅଞ୍ଚଳର ବଛା ବଛା ଖେଳାଳୀ ମାନଙ୍କୁ ସୁଯୋଗ ଦିଆଯାଇଛି।। ସର୍ବଶ୍ରେଷ୍ଟ ଖେଳାଳି ଭାବେ ଯୁଗଳ ଚୌଧୁରୀ,ବେଷ୍ଟ କେଚ୍ଚ ଭାବେ ଅର୍ପଣ ପାଣି,ବେଷ୍ଟ ଫିଲଡ଼େର ଭାବେ ଜେସପାଟ ଶବର ଓ ବିଜେତା ଦଳକୁ ମାନପତ୍ର ପ୍ରଦାନ କରିଥିଲେ ଅତିଥି ମାନେ। ଏହି ଖେଳ ହେବା ଦ୍ଵାରା ଖେଳରେ ରୁଚି ରଖିଥିବା ଯୁବ ଖେଳାଳି ମାନଙ୍କୁ ସୁଯୋଗ ସୃଷ୍ଟି କରିବା ସହ ଭାଇଚାରା ସୃଷ୍ଟି କରିଛି ବୋଲି ଶ୍ରୀ ପାଣି କହିଛନ୍ତି। ଉଦଯାପିତ ଉତ୍ସବରେ ସଂଜୀବଜେନା,ଅର୍ପଣ ପାଣି,ଫୁଲବୀ ସିଂ,ରାଜ ପାଣି,ସୁରରାଜ ସିଂ କ୍ଲିଣ୍ଟନ ରାଉଳ,ଡ଼ଣ୍ଟନ ରାଉଳ,ଅନନ୍ତ ଲିମା,ମାଇକେଲ ଷଡ଼ଙ୍ଗୀ,ପିଣ୍ଟୁ ପାଣି ଓ ସ୍ଥାନୀୟ ଖେଳାଳି ମାନେ ସହଯୋଗ ଦେଇଥିଲେ। Categories: ଓଡ଼ିଶା, ଗଜପତି, ଦେଶ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026