Home ଓଡ଼ିଶା ଦୁଇ ଦଫା ଦାବି ପୁରଣ ପାଇଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ଗଜପତି ଜିଲ୍ଲା ଅଗ୍ନିଶମ ବିଭାଗ କର୍ମଚାରୀ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାରଳାଖେମୁଣ୍ଡି :- ଦୁଇ ଦଫା ଦାବି ନେଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି।ଏହି କ୍ରମରେ ଗଜପତି ଜିଲ୍ଲା ଅଗ୍ନିଶମ ବିଭାଗ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଗ୍ନିଶମ ବିଭାଗର ଆଗ୍ନିକ, ମୁଖ୍ୟ ଆଗ୍ନିକ, ଆଗ୍ନିକ ଗାଡିଚାଳକ ଏବଂ ଡ୍ରାଇଭର ହାବିଲଦାର ମାନେ ସାମିଲ ହୋଇଛନ୍ତି । ପୁଲିସ ସିପାହୀ ଓ ହାବିଲଦାରଙ୍କ ଭଳି ଅଗ୍ନିଶମ ସେବା ସଂସ୍ଥାର ଆଗ୍ନିକ,ମୁଖ୍ୟ ଆଗ୍ନିକ ଓ ଡ୍ରାଇଭରଙ୍କୁ ସମାନ ହାରରେ ଦରମା ପ୍ରଦାନ କରିବା ଏବଂ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ସଂଘର ସରକାରୀ ପଞ୍ଜିକରଣ କରିବା ଆଦି ଦୁଇ ଦଫା ଦାବି ନେଇ ବୁଧବାର ଠାରୁ ଅଗ୍ନିଶମ କର୍ମଚାରୀମାନେ ଅନଶନ ଆରମ୍ଭ କରିଛନ୍ତି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତିଯେ ଦାବି ପୂରଣ ନ ହେବା ଯାଏଁ ଅନଶନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏପରିକି ୨୦୧୯ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ଅନଶନ କରାଯାଇଥିଲା । ସେତେବେଳେ ସରକାର ନିର୍ବାଚନ ପରେ ଏମାନଙ୍କ ଦାବି ପୂରଣ କରିବା ନେଇ ଘୋଷଣା କରିଥିଲେ । ଏହାରି ଭିତରେ ୫ବର୍ଷ ବିତି ସାରିଥିଲେ ମଧ୍ୟ ସରକାର ଦାବି ପୁରଣ କରିବା ତ ଦୂରର କଥା ଏସଂପର୍କରେ ଆଲୋଚନା ମଧ୍ୟ କରୁନାହାନ୍ତି । ଗତ ୩ମାସ ତଳେ ଏସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆଉ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ତଥାପି ସରକାର ନିର୍ବିକାର ହୋଇ ବସିଛନ୍ତି।ତେଣୁ ସେମାନେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି । ତେବେ ୨୦୧୦ ମସିହା ପର୍ଯ୍ୟନ୍ତ ସମାନ ଦରମା ଓ ସମାନ ଭତ୍ତା ପାଇ ଆସୁଥିବା ଅଗ୍ନିଶମ ହାବିଲଦାର (ମୁଖ୍ୟ ଆଗ୍ନିକ) ଏବଂ ଆଗ୍ନିକ କର୍ମଚାରୀ ମାନେ ରାଜ୍ୟ ସରକାରଙ୍କ ନିକଟରେ ନିଜର ହକ୍ ପ୍ରାପ୍ୟକୁ ପାଇବା ପାଇଁ ଦୀର୍ଘ ବର୍ଷରୁ ବାରମ୍ବାର ନିବେଦନ କରି ଆସୁଥିଲେ ମଧ୍ୟ ତାହା ରାଜ୍ୟ ସରକାର କର୍ଣ୍ଣପାତ କରୁ ନାହାନ୍ତି । ବର୍ତ୍ତମାନ ଖରାଦିନ ଆସୁଥିବାରୁ ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ହେବାର ସମ୍ଭାବନା ବି ରହିଛି । ଏଭଳି ସ୍ଥିତିରେ ଅନଶନରେ ବସିବା ପାଇଁ ଭଲ ଲାଗୁନଥିଲେ ମଧ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ଏଭଳି କରିବାକୁ ବାଧ୍ୟ ହେଉଥବା ସେମାନେ କହିଛନ୍ତି । Categories: ଓଡ଼ିଶା, ଗଜପତି, ଦେଶ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026