Home ଓଡ଼ିଶା ପାଣିଓରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସଵ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଭଲ ମଣିଷ ହୋଇ ଦେଶ ସେବା କରିବାକୁ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଲେ ଅତିଥି ୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା :- ଖୋର୍ଦ୍ଧା ନିକଟସ୍ଥ ଅଙ୍ଗାରପଡା ପଞ୍ଚାୟତ ପାଣିଓରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମହାନ୍ତି ଙ୍କ ଆୟୋଜନ ରେ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ରୂପେ ଜଟଣୀ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ରଶ୍ମିବାଳା ପରିଡା ,ମୁଖ୍ୟ ବକ୍ତା ରୂପେ ଭଞ୍ଜନଗର ଉପେନ୍ଦ୍ର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିମଳ ଚରଣ ସ୍ୱାଇଁ,ସଂମ୍ମାନୀତ ଅତିଥି ରୂପେ ସରପଞ୍ଚ ମମତା ସାହୁ,ସମିତି ସଭ୍ୟା ସୁମିତ୍ରା ସ୍ୱାଇଁ,ଜଟଣୀ ଗୋଷ୍ଠୀ ସାଧନ ସଂଯୋଜକ ପୂର୍ଣଚନ୍ଦ୍ର ବେହେରା,ଜଟଣୀ ଏଲିମେଣ୍ଟାରୀ ଶିକ୍ଷକ ସଂଘ ସଭାପତି ଅକ୍ଷୟ କୁମାର ପାଲଟାସିଂ,ପୂର୍ବତନ ସଭାପତି କୈଳାଶ ଚନ୍ଦ୍ର ରାଉତ,ପୂର୍ବତନ ସମ୍ପାଦକ ଅନ୍ତ୍ରଯ୍ୟାମୀ ସାହୁ,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରିୟରଞ୍ଜନ ସାମନ୍ତରାୟ,ସହଯୋଗ ସେବା ଅନୁଷ୍ଠାନ ର ସମ୍ପାଦକ ବିଜୟଲକ୍ଷ୍ମୀ ରାଉତରାୟ,ପୂର୍ବତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ଜିଲ୍ଲାପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର କୁମାର ରଥ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିଧି ବେହେରା ପ୍ରମୁଖ ଯୋଗ ଦେଇ ପିଲା ମାନଙ୍କୁ ଗୁଣାତ୍ମକ ଶିକ୍ଷା ଉପରେ କହିବା ସହିତ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ବିଦ୍ୟାଳୟ ର ଏଭଳି ପଦକ୍ଷେପ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ତେବେ ତାହାରି ଭିତରେ ପ୍ରତ୍ୟକ ଛାତ୍ରଛାତ୍ରୀ ଭଲ ମଣିଷ ହୋଇ ଦେଶ ସେବା କରିବାକୁ ପରାମର୍ଶ ଦେଇଥିଲେ।ବିଦ୍ୟାଳୟ ର ୧୨୪ ଜଣ ଛାତ୍ରଛାତ୍ରୀ ଙ୍କୁ ବିଭିନ୍ନ କ୍ରୀଡା କ୍ଷେତ୍ରରେ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ବେଳେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।ଏହି ଅବସରେ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ ସାହୁ ଚଳିତବର୍ଷ ର ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସହକାରୀ ଶିକ୍ଷୟତ୍ରୀ ସୂର୍ଯ୍ୟକାନ୍ତି ରାଉତ ବାର୍ଷିକ ବିବରଣୀ ଓ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ।ଏଥିରେ ବିଦ୍ୟାଳୟ କମିଟି,ଗ୍ରାମବାସୀ,ଅଭିଭାବକ, ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ଦେଶ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026