୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ଅଂଚଳରେ ଦୂଷିତ ଖାଦ୍ୟଖାଇ ୨୫ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି । ଏନେଇ ହଇଜା ଆଂଶଙ୍କାରେ ସ୍ଥାନୀୟ ଅଂଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଜିଲା ଓ ସ୍ଥାନୀୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ନିରାଜରଣ ବ୍ୟବସ୍ଥା କରାଯାଇଥିଲା ବେଳେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଘଟଣାରୁ ପ୍ରକାଶଯେ, ଶଙ୍ଖଚିଲା ଅଂଚଳର ଗତଜାଲି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଶଙ୍ଖଚିଲା ଅଂଚଳ ରାଧାନଗର, ଉଦୟପାଟଣା, ଗୁରୁସାହି, ନାହଁନ୍ଦା, ଚଢେଇଟିଳର ଗ୍ରାମର କେତେକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଶଙ୍ଖଚିଲା ପ୍ରାଥମିକ ସ୍ବାସୁଜେନ୍ଦ୍ରକୁ ଆସିଥିଲା । ସେହିପରି ଆଜି ରାଧାନଗରପଟଣା ଗ୍ରାମର ହୃଷିକେଶ ସାହୁ, ନିରଞ୍ଜନ ସାହୁ, ଦେବସ୍ମିତା ସାହୁ, ଗଶେଶ୍ବର ସାହୁ, କୁମୁଦ୍ମିନୀ ସାହୁ, ସଞ୍ଜୟ କୁମାର ସାହୁ (୪୫) ଓ ତାର ପୁଅ, ଜାଠିଆ ସାହୁ, ରବିନ୍ଦ୍ର ସାହୁ, ପୁଅ ଦୀନେଶ ସାହୁ, ସନ୍ତୋଷ କୁମାର ସାହୁ ଓ ତାଙ୍କ ସ୍ତ୍ରୀ ଏବଂ ସତ୍ୟଜିତ ସାହୁ ପ୍ରମୁଖ ଆକ୍ରାନ୍ତ ହୋଇ ସ୍ୱାସ୍ଥ୍ୟଜେନ୍ଦ୍ରକୁ ଆସିଥିଲା ବେଳେ ବଜେଲଟିଜର ଗ୍ରାମର ଗୌରହରି ସାହୁ, ତ୍ରିନାଥ ସାହୁ,
ସୁଭଦ୍ରା ଦାସ ଓ ସୁକଦେବ ସାହୁ, ଠାକୁରପାଟଣା ଗ୍ରାମର ଉଦୟନାଥ ସାହୁ(୩୬), ଉଦୟପାଟଣା ଗ୍ରାମର ଶ୍ରୀନିବାସ ସାହୁ, ଗୁରୁସାହିର ସସ୍ମିତା ଗୁରୁ, ନାହଁନ୍ଦା ଗ୍ରମାର ଅଲେଖ ମଲିଜ, ଖମଣ ଗ୍ରାମର ପ୍ରତ୍ୟୁଷ ସାହୁ, ରାଚୀନ୍ଦ୍ର କୁମାର ସାହୁ ଓ ତାଙ୍କ ପୁଅ ଏବଂ ଲକ୍ଷ୍ମୀନଗର ଗ୍ରାମର ସୁଶାନ୍ତ ସାହୁ (୩୯) ପ୍ରମୁଖ ୨୫ରୁ ଉର୍ଦ୍ଧ୍ବ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଆସିଥିଲେ । ଏଥ୍ ସହିତ ଗୋଡ଼ିପାଟଣା, ନଉଡପୁର, ନୂଆପାଟଣା ପ୍ରମୁଖ ଶଙ୍ଖଚିଲା ଅଂଚଳରେ ଆଉକେତେକ ଆକ୍ରାନ୍ତ ହୋଇ ଯାଜପୁରରୋଡ ଯାଇଥିଲା ବେଳେ ରାଧାନଗର ପାଟଣା ଗ୍ରାମର ସନ୍ତୋଷ ଓ ତାଙ୍କସ୍ତ୍ରୀ ଗୁରୁତର ହୋଇପଡିବାରୁ ତାଙ୍କୁ ଯାଜପୁର ଜିଲା ହସ୍ପିଟାଲବ୍ଧ ଚିକିତ୍ସା ନିମନ୍ତେ ପାଠାଯାଇଛି । ଯାଜପୁର ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ଶୁଭାଶିଷ ମହାରଣା, ଜଳିଙ୍ଗନଗର ଅତିରିକ୍ତ ଜିଲାପାଳ ସୁଧାଂଶୁ ଶେଖର ଚଳ, ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧୂଜାରୀ ଡା. ରମେଶ ଚନ୍ଦ୍ର ମଲ୍ଲିକଙ୍କ ସମେତ ରୋଗ ସଂକ୍ରମଜ ବିଶେଷଜ୍ଞ ଅଧିକାରୀ ପହଂଚି ଝାଡାବାନ୍ତି ହେବାର କାରଣ ଯାଚ କରିଥିଲେ । ଆକ୍ରାନ୍ତ ବ୍ୟକ୍ତିମାନେ ଦହିବରା ଖାଇଥିବା କହିବାରୁ ତାହା ଫୁଡ଼ ପଏଜନ ଯୋଗୁ ଏପରି ହୋଇଥିବା କଥା ଜଣାପଡିଥିଲା । ଏନେଇ ଜିଲା ସ୍ୱାସ୍ଥ୍ୟ ପ୍ରଶାସନ ପକ୍ଷରୁ ରାଧାନଗର ପାଟଣା ଓ ଠାକୁରପାଟଣା ଗ୍ରାମ ଦ୍ଵୟରେ ସଚେତନତା କାର୍ଯ୍ୟଳମ୍ବ କରାଯାଇଥିଲା । ଏହାର ନିରାଜାଣ ନିମନ୍ତେ ଆଜି ପୂର୍ବାହ୍ନରେ ଶଙ୍ଖଚିଲା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡ଼ା. ନିବେଦିତା ମହାନ୍ତିଙ୍କ ନେତୃତ୍ବରେ ଡାକ୍ତର ଶୁଭ୍ରାଂଶୁଶେଖର ମହାନ୍ତି, ବରିଷ୍ଠ ଫର୍ମାଶିଷ୍ଟ ମୃତ୍ୟୁଞ୍ଜୟ ଦାଶ ଓ ଜୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରାଷ୍ଟ୍ରୀୟ ଚାଲ ସ୍ଵାସ୍ଥ୍ୟକାର୍ଯ୍ୟକ୍ରମ ଅଧିକାରୀଙ୍କ ସମେତ ଡାକ୍ତର ବିଶ୍ବରଞ୍ଜନ ପ୍ରଧାନ, ଡାକ୍ତର ସନ୍ତୋଷ କୁମାର ସିଂହ ଓ ସୁପରଭାଇଜର ଧର୍ମେନ୍ଦ୍ର ଓଝା, ଏଏନଏମ, ସ୍ୱାସ୍ଥ୍ୟକର୍ମୀ, ସ୍ନାନୀୟ ଅଙ୍ଗନବାଡି କର୍ମୀ ଓ ଆଶା ଦିଦି ପ୍ରମୁଖ ସ୍ୱାସ୍ଥ୍ୟ ଯାଚଳାରୀ ଦଳ ଶଙ୍ଖଚିଲା ଅଂଚଳର ରାଧାନଗର, ଖମଣ, ଗୁରୁସାହି, ଠାକୁରପାଟଣା, ତପ୍ତରିପାଟଣା, ବଡେଲଟିକର, ନାହାଁନ୍ଦା, ନାଉଡପୁର, ନୂଆପାଟଣା, ମଠପାଟଣା, ଉଦୟପାଟଣା, ଗୋଡ଼ିପାଟଣା ଆଦି ଗ୍ରାମର ପରକୁ ଘର ଚୁଲି l ସଚେତନତା କରାଯିବା ସହ ଟୁଙ୍ଗ ପାତର ସିଂଚନ ଓ ଲୋକଙ୍କୁ ଆବ୍ୟକୀୟ ଔଷଧ ବଂଟନ କରାଯାଇଥିଲା । ପୂର୍ବାହ୍ନରେ ଯେଉଁଭଳି ରୋଗୀ ସଂଖ୍ୟା ବୃଦ୍ଧି ପାଉଥିଲା; ତାହା ଅପରାହ୍ନ ଚେଳେକୁ ସଂପୂର୍ଣ୍ଣଭାବେ ନିୟନ୍ତ୍ରଣାଧିନ ହୋଇଥିବା ଶଙ୍ଖ ଚିଲି ।।ସ୍ଥ୍ୟ କେନ୍ଦ୍ରର ଅଧିକାରିଣୀ ଡାକ୍ତର ଶ୍ରୀମତୀ ମହାନ୍ତି ସୂଚନା ଦେଇଛନ୍ତି।

