୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :-> ଅବିଭକ୍ତ ପୁରୀ ମଣ୍ଡଳର ସେବାନିବୃତ୍ତ କର୍ମ ଚାରୀ ବିନୋଦ କୁମାର ସାହୁ ଙ୍କ ର ୭୨ ବର୍ଷ ବୟସରେ ତାଙ୍କର ନାଚୁଣୀ ସ୍ଥିତ ବାସଭବନରେ ପରଲୋକ ଘଟିଯାଇଛି। ଆଜି ତାଙ୍କର ମୃତ ଶରୀର କୁ ପୁରୀ ସ୍ଵର୍ଗଦ୍ଵାର ରେ ଦାହ କରାଯାଇଛି। କିଛି ଦିନ ଧରି ସେ ଫୁସ୍ ଫୁସ୍ ସଙ୍କ୍ରମଣ ଜନିତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟା ଶାୟୀ ଥିଲେ। ମୃତ୍ୟୂଶଯ୍ୟାରେ ତାଙ୍କର ଦୁଇ ପୁଅ,ଦୁଇ ବୋହୁ,ଦୁଇ ଝିଅ ଓ ଜୋଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ତାଙ୍କର ଜ୍ୟେଷ୍ଠ ପୁତ୍ର ଚନ୍ଦନ କୁମାର ସାହୁ ମୁଖାଗ୍ନି ପ୍ରଦାନ କରିଥିଲେ। ଜଣେ ବନ୍ଧୁବତ୍ସଳ ଏବଂ ଅମାୟିକ ଵ୍ୟକ୍ତି ଭାଵେ ସେ ଅଞ୍ଚଳରେ ପରିଚିତ ଥିଲେ । ନାଚୁଣୀ ବରିଷ୍ଠ ନାଗରିକ ସଂଘ ର ସେ ଥିଲେ ପ୍ରତିଷ୍ଠାତା ସଭ୍ୟ ତଥା କୋଷାଧ୍ୟକ୍ଷ । ତାଙ୍କର ବିୟୋଗରେ ଆଜି ବରିଷ୍ଠ ନାଗରିକ ସଂଘ, ନାଚୁଣୀ ର ସଭାପତି ଅଶ୍ଵିନୀ କୁମାର ମହାପାତ୍ର ଏବଂ ସମ୍ପାଦକ ଦେବେନ୍ଦ୍ର ନାଥ ମହାରଥା ଙ୍କ ସମେତ ଡ଼ାଃ କୈଳାସ ଭୂଷଣ ମହାପାତ୍ର, ସତ୍ୟବାଦୀ ପ୍ରଧାନ,ପଦ୍ମଚରଣ ନନ୍ଦ, ରଘୁନାଥ ନନ୍ଦ, ହରିବନ୍ଧୁ ମିଶ୍ର, ଭିକାରୀ ଚରଣ ପ୍ରଧାନ, ପ୍ରମୁଖ ସ୍ଵର୍ଗତ ସାହୁ ଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ରେ ମିଳିତ ହୋଇ ତାଙ୍କ ଆତ୍ମା ର ସଦ୍ ଗତି କାମନା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଏହାପରେ ସଂଘ ତରଫରୁ ସମସ୍ତ ସଭ୍ୟ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଓ ଶାନ୍ତ୍ବନା ପ୍ର।ଦାନ କରିଥିଲେ
