ରାସ୍ତା ନାହିଁ ତୋ ଭୋଟ ନାହିଁ

୨୩ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ କାଲଦାପାଲ୍ଲୀ ପଞ୍ଚାୟତ ରେଙ୍ଗାଲିଗୁଡା ଗ୍ରାମବାସୀ ଦୀର୍ଘ ୪୦ ବର୍ଷ ଧରି ଏହି ଗ୍ରାମରେ ବସବାସ କରି ଆସିଥିବା ବେଳେ ବାରମ୍ବାର ଦାବି ସତ୍ତ୍ୱେ ଏହି ଗ୍ରାମକୁ ପକ୍କା ରାସ୍ତା ଖଣ୍ଡେ ହୋଇପାରିଲା ନାହିଁ । ଯାହାଫଳରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଗ୍ରାମକୁ ତୁରନ୍ତ ପକ୍କା ରାସ୍ତା କରିବାକୁ ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ରାସ୍ତା ନିର୍ମାଣ କରା ନ ଗଲେ ଗ୍ରାମବାସୀ ଆଗାମୀ ନିର୍ବାଚନକୁ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି ।

ସୂଚନା ମୂତାବକ ବଣପାହାଡ ଘେରା ରେଙ୍ଗାଲିଗୁଡା ଗ୍ରାମରେ ପ୍ରାୟ ୫୪ଟି ପରିବାରର ୨୫୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ରାସ୍ତା ନ ଥିବା ଯୋଗୁଁ କୈ।ଶସି ସ୍ବାସ୍ଥ୍ୟ ସେବା ବି ପାଇପାରୁ ନାହାନ୍ତି । ଏହିପରିକି ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିପାରୁ ନାହିଁ । ତେଣୁ ଗ୍ରାମବାସୀ ବାଧ୍ୟ ହୋଇ ଆଗାମୀ ଦିନରେ ପକ୍କା ରାସ୍ତା ଖଣ୍ଡେ ନ ହେଲେ ଭୋଟ ବର୍ଜନ କରିବୁ ବୋଲି କହିଛନ୍ତି ।

ଏପରି ସ୍ଥିତରେ ରେଙ୍ଗାଲିଗୁଡା ଗ୍ରାମକୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ସରକାର ଦୃଷ୍ଟି ଦେବାକୁ ପଡିଆ ବ୍ଲକ କଂଗ୍ରେସ ସଭାପତି ନାକା ରାଜୁ କୁମାର, ବ୍ଲକ ଯୁବ କଂଗ୍ରେସ ସଭାପତି ନାରା ନାଗା ରାଜୁ, ସଂଖ୍ୟାଲଘୁ ବ୍ଲକ ସଭାପତି ନାଗୁଲୁ ଜଵଦାଇ, ରେଙ୍ଗାଲିଗୁଡା ଗ୍ରାମର ସମାରୁ କସରିଆ, ଅନନ୍ତ କସରିଆ,ରାମଦେବ କସରିଆ,ଘାସି କସରିଆ,ଫୁଲମତି କସରିଆ,ଶୁକଦେବ କସରିଆ ସମେତ ଗ୍ରାମର ୪୦ରୁ ଉର୍ଦ୍ଧ୍ଵ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

Exit mobile version