Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ ଗଜପତିଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କାଜୁ ବାଡ଼ ମାଲିକଙ୍କ ଧାରଣା ଓ ଆନ୍ଦୋଳନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୨ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାରଳାଖେମୁଣ୍ଡି :- ନ୍ୟାୟ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗଜପତି ଜିଲ୍ଲାର କାଜୁ ବାଡ଼ ମାଲିକ । ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଅଞ୍ଚଳରେ ଥିବା କାଜୁ ବାଡକୁ ନେଇ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ସେନେଇ ମଙ୍ଗଳବାର କାଜୁ ବାଡ ମାଲିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଜାମିନବିହୀନ ଗିରଫ ପରୱାନାକୁ କାର୍ଯ୍ୟକାରୀ କରିବା ସହ ତୁରନ୍ତ ୱାରେଣ୍ଟିମାନଙ୍କୁ ଗିରଫ କରିବା ଦାବି ନେଇ ସେମାନେ ଆନ୍ଦୋଳନ କରିଛନ୍ତି । ଗୋଟିଏ ନିର୍ଦ୍ଧିଷ୍ଟ ଆଦିବାସୀ ଗୋଷ୍ଠୀ ତାଙ୍କର ଅମଳ ହେଉଥିବା କାଜୁ ବାଦାମ ଫସଲକୁ ଜୋର ଜବରଦସ୍ତି ନେଇଯାଉଛନ୍ତି । ଫଳରେ କାଜୁ ଫସଲ ମାଲିକଙ୍କ ପୈତୃକ ଜମି ହୋଇ ମଧ୍ୟ ସେମାନଙ୍କୁ ଫସଲ ମିଳୁନଥିବା ଅଭିଯୋଗ କରିଛନ୍ତି । ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ଅଞ୍ଚଳରେ ଥିବା କାଜୁ ବାଡକୁ ନେଇ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା । ଫଳରେ କାଜୁ ବାଡ ମାଲିକମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଏହାର ପ୍ରତିବାଦ କଲେ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯାଉଛି । ଏହାକୁ ନେଇ ଅନେକ ଥର ପ୍ରଶାସନ ଶାନ୍ତି କମିଟି ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା ମଧ୍ୟ କରିଛନ୍ତି । ହେଲେ ଜୋର ଜବରଦସ୍ତି କରୁଥିବା ନିର୍ଦ୍ଧିଷ୍ଟ ଗୋଷ୍ଠୀ କୌଣସି ସହଯୋଗ କରୁନାହାନ୍ତି । ବାଧ୍ୟ ହୋଇ ଅଦାଲତର ଆଶ୍ରୟ ନେବା ପରେ ଅଦାଲତ ଏଭଳି ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ସେମାନେ ଖୋଲାରେ ବୁଲିବା ସହିତ ସେହିଭଳି ହଇରାଣ କରୁଥିବା ଅଭିଯୋଗ କରାଯାଇଛି । ସେହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ସେମାନଙ୍କୁ ଗିରଫ କରିବା ପାଇଁ ଦାବି କରି ଅଣଆଦିବାସୀ ମାନେ ଧାରଣା ଦେଇଛନ୍ତି । Categories: ଓଡ଼ିଶା, ଗଜପତି, ଦେଶ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026