Home ଓଡ଼ିଶା ଧଳାପଥର ପଞ୍ଚାୟତରେ “ଆମ ଓଡ଼ିଶା ନବୀନ ଓଡ଼ିଶା” ପଞ୍ଚାୟତ ସଚେତନତା କାର୍ଯ୍ୟକ୍ରମ ବିଫଳ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଗଣମାଧ୍ୟପ୍ରତିନିଧି ଓ଼ ସ୍ଥାନୀୟ ଲୋକମାନଙ୍କୁ ସୂଚନା ନାହିଁ ୨୨ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବୋଲଗଡ଼ :- ବୋଲଗଡ଼ ବ୍ଲକ ଅନ୍ତର୍ଗତ ଧଳାପଥର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର ଦିନ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଓ଼ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କରରୁଣାକର ସୁବୁଦ୍ଧିଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଡ଼ଃ ରତିକାନ୍ତ ମିଶ୍ର ଓ଼ ସମ୍ମାନୀତଅତିଥିଭାବେ ସମିତି ସଭ୍ୟ ବିଜୟ କୁମାର ସୁବୁଦ୍ଧି, ବୋଲଗଡ ବ୍ଲକ ମିଶନ ଶକ୍ତି ଅଧକ୍ଷା ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ଗୁଡିକ ଉପରେ ସଚେତନତା କରାଇଥିଲେ। ଫଳରେ ଛୋଟଛୋଟ ପିଲାଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମହିଳା ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ ଓ଼ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଦ୍ଵାରା ଷ୍ଟଲ ଖୋଲାଯାଇଥିଲା। ଶିକ୍ଷିତ ବେକାର ଯୁବକଯୁବତୀମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ସ୍ଵୟଂମ ଉପରେ ମୁଖ୍ୟଅତିଥି ଡ଼ଃ ମିଶ୍ର ପରାମର୍ଶ ଦେଇଥଲେ।ସମାଜ ସେବୀ ଭାଗିରଥି ଦାଶ ସଭା ପରିଚ।ଳନା କରିବା ସହିତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ମତବ୍ୟକ୍ତ କରିଥିଲେ।ଏହି ସଚେତନତା ଶିବିରରେ ପ୍ରସାର ଓ଼ ପ୍ରସାର ଅଭାବ ଯୋଗୁଁ ଯୁବଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ଼ ସ୍ଥାନୀୟ ଜନସାଧାରଣମାନେ ଯୋଗଦେଇ ପରି ନ ଥିଲେ ।ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବିଫଳ ଘଟିଅଛି ! ରାଜ୍ୟ ସରକାରଙ୍କ ଆମ ଓଡିଶା ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କୁ ପ୍ରସାର ଓ଼ ପ୍ରଚାର କୁ ଗୁରୁତ୍ୱ ଦେଉଥିବା ବେଳେ ଧଳାପଥର ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କରୁଣାକର ସୁବୁଦ୍ଧି ଏହାକୁ ବେଖାତିର କରିଅଛନ୍ତି ! ଖୋର୍ଦ୍ଧା ଜିଲ୍ଲାପାଳ ଏହାକୁ ଗୁରୁତର ସହ ଅନୁଧ୍ୟାନ କରି ତଦନ୍ତ କରିବାକୁ ବୁଦ୍ଧିଜୀବୀ ଓ଼ ଜନ ସାଧାରଣମାନେ ଦୃଢ଼ ଦାବୀ କରିଅଛନ୍ତି ! ଯୁବ ଓଡିଶା କଲ୍ୟାଣ ପରିଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ କରୁଣାକର ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ! Categories: ଓଡ଼ିଶା, ଖୋର୍ଦ୍ଧା, ଦେଶ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026