୨୨ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବୋଲଗଡ :- ବୋଲଗଡ ଶିକ୍ଷାବ୍ଲକ ଅନ୍ତର୍ଗତ ସଂପୁର ଗ୍ରାମସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କୁ ମାଡ଼ ମାରିବା ମହଙ୍ଗା ପଡିଲା ନକଲି କଣ୍ଟ୍ରାକ୍ଟରଙ୍କୁ l ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟରେ 5ଟ ରୂପାନ୍ତରଣ କାର୍ଯ୍ୟ କରିଥିବା ନକଲି କଣ୍ଟ୍ରାକ୍ଟର ସତ୍ୟରଞ୍ଜନ ରାଉତରାୟ ଦିନେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ଏକ କାଗଜ ବଢ଼ାଇଲେ ଏବଂ କାଗଜର ଲେଖା ନ ପଢି ଆଖି ବୁଝି ସେଥିରେ ଦସ୍ତଖତ କରିବାକୁ ଧମକ ଦେଖାଇଲେ l ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁ ତାଙ୍କୁ କାର୍ଯ୍ୟାଦେଶ ଦେଖାଇବାକୁ କହିବାରୁ ସେ ପ୍ରଧାନ ଶିକ୍ଷକଙ୍କୁ ନାଲି ଆଖି ଦେଖାଇ ଆଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସେ କାଗଜରେ ଦସ୍ତଖତ ନ କଲେ ଘର ଭିତରେ ଚାବି ପକାଇ ଦିଆସିଲ ମାରି ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲେ l ପ୍ରଧାନ ଶିକ୍ଷକ ନିଜର ଜୀବନ ରକ୍ଷା ପାଇଁ ବାହାରକୁ ଯିବା ଉଦ୍ୟତ ହେବା ବେଳେ ତାଙ୍କୁ ନକଲି କଣ୍ଟ୍ରାକ୍ଟର ଶ୍ରୀ ରାଉତରାୟ ମାଡ଼ ମାରିଥିଲେ l
ତେଣୁ ପ୍ରଧାନ ଶିକ୍ଷକ ଏନେଇ ବୋଲଗଡ ଥାନାରେ ଉକ୍ତ ନକଲି କଣ୍ଟ୍ରାକ୍ଟର ଶ୍ରୀ ରାଉତରାୟଙ୍କ ନାମରେ ଏତେଲା ଦେଇଥିଲେ l ବୋଲଗଡ ଥାନା ପୋଲିସ ବାହିନୀ ବିଦ୍ୟାଳୟକୁ ଆସି ଘଟଣା ସମ୍ପର୍କରେ ତଦନ୍ତ କରିଥିଲେ l ଆଜି ବୋଲଗଡ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇଥିଲେ l ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁ ଓ଼ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ବିନୋଦିନୀ ଦତ୍ତ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନଙ୍କ ସହ ଥାନାକୁ ଯାଇଥିଲେ l ଥାନା ପରିସର ମଧ୍ୟରେ ଥାନା ଅଧିକାରିଣୀ ଓ ଅନ୍ୟ ପୋଲିସ ଏବଂ ପରିଚାଳନା କମିଟିର ସଭ୍ୟମାନଙ୍କ ଉପସ୍ଥିତିରେ ନକଲି କଣ୍ଟ୍ରାକ୍ଟର

