୨୨ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :- ଦିନକୁ ଦିନ ନିଶା ଶେବନ କାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ , ନିଶାସେବନ କାରୀଙ୍କ ପାଇଁ ସେମାନଙ୍କ ପରିବାର ଏବଂ ସମାଜରେ ନାନାଦି ବିଶୃଙ୍ଖଳା ଦେଖା ଦେବା ସହିତ , ନିଶା ସେବନ କାରୀଙ୍କୁ ନିଶା ଠାରୁ ଦୂରେଇ ରହିବା ସହିତ ସେମାନଙ୍କ ଚାଲି ଚଳଣୀରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ନିଶୁଳ୍କ ନିଶାମୁକ୍ତ ଆରୋଗ୍ୟ କେନ୍ଦ୍ରକୁ, କଟକ ମହାନଗର ନିଗମ ମେୟର ସୁବାଷ ସିଂ ସିଏମସି ୫୮ ନମ୍ବର ୱ।ର୍ଡ଼ ଡାହାଳିଆବାଗ ଠାରେ ଉଦଘାଟନ କରିଥିଲେ । 
ପିକକ ପକ୍ଷରୁ ପରିଚାଳିତ ନିଶୁଳ୍କ ନିଶାମୁକ୍ତ ଆରୋଗ୍ୟ କେନ୍ଦ୍ରକୁ ଉଦଘାଟନ କରି ମେୟର ଶ୍ରୀ ସିଂ କହିଲେ ଯେ, ପିକକ ସଂସ୍ଥା ଯେଉଁ ପଦକ୍ଷେପ ହାତକୁ ନେଇଛି ତାହା ସ୍ୱାଗତ ଯୋଗ୍ୟ ଏବଂ ସମୟ ଉପଯୋଗୀ ଅଟେ । ଏହି ନିଶାମୁକ୍ତ ଆରୋଗ୍ୟ କେନ୍ଦ୍ର ୩୦ ଜଣଙ୍କ ପାଇଁ ରହିବା ବ୍ୟସ୍ଥା କରାଯାଇଛି । ଏହି କେନ୍ଦ୍ରରେ କଟକ ସହର ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସୁଥିବା ଅଭ୍ୟାସ ଗତ ନିଶାଡିଙ୍କୁ ମାଗଣାରେ ଆରୋଗ୍ୟ କରାଯିବାର ବ୍ୟବସ୍ଥା ରହିଛି ବୋଲି ପିକକ ଅନୁଷ୍ଠାନ ସଂପାଦକ ରଞ୍ଜନ କୁମାର ମହାନ୍ତି ପ୍ରକାଶ କରିଥିଲେ । ଆୟୋଜିତ ଉଦଘାଟନ ଉତ୍ସବରେ ପରିଚାଳନାର ମୁଖ୍ୟ ରଘୁ ପ୍ରସାଦ ଶତପଥୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । କଟକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ , ଜିଲ୍ଲା ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାପାତ୍ର, ଡ଼ାଃ ମିନାକ୍ଷୀ ପଣ୍ଡା, ପିକକ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶାରଦା ପ୍ରସାଦ ମହାପାତ୍ର, ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱାଇଁ, ସୁଶାନ୍ତ କୁମାର ମହାନ୍ତି, ପ୍ରହଲ୍ଲାଦ କର, ସଚିକାନ୍ତ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ରତ୍ନା ଦାଶ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

