ସିଏମସି ୫୬ ନମ୍ବର ୱ।ର୍ଡ଼ରେ ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ବସ୍ତି ବାସିନ୍ଦାଙ୍କ ବିକାଶ ସଚେତନତା

୨୨ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :- କଟକ ମହାନଗର ନିଗମର ( ସିଏମସି ) ୫୬ ନମ୍ବର ୱ।ର୍ଡ଼ର ମୁକାମେଶ୍ୱର ଯାତ୍ରା ପଡିଆ ଠାରେ ବୁଧବାର ଦିନ ଆମ ଓଡ଼ିଶା ନବୀନ ଓଡିଶା ପକ୍ଷରୁ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ବିକାଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବତନ କର୍ପୋରେଟର ସଞ୍ଜୟ କୁମାର ବରାଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ , କଟକ ମହାନଗର ନିଗମ ସିଏମସି ର ଡେପୁଟି କମିଶନର ତଥା ବସ୍ତି ଉନ୍ନୟନ ଅଧିକାରୀ ଡି ଶ୍ୱେତପଦ୍ମା ଶତପଥୀ ମୁଖ୍ୟ ଅତିଥି, ସ୍ଥାନୀୟ କର୍ପୋରେଟର ଲିପ୍ସା ନାୟକ, ୫୭ ନମ୍ବର ୱ।ର୍ଡ଼ କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ, ଜାଗା ମିଶନର ଏସ ଆଇ ତପନ କୁମାର ପରିଡ଼ା, ଭବାନୀ ଶଙ୍କର ନାୟକ, ପ୍ରକାଶ କୁମାର ଡାଙ୍ଗ,କମଳାକାନ୍ତ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଓଡ଼ିଶା ନବୀନ ଓଡିଶା ମଧ୍ୟରେ ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ସେ ବିଷୟରେ ବସ୍ତି ବାସିନ୍ଦା ମାନେ ସଚେତନ ହେବା ସହିତ ସିଧାସଳଖ ଉକ୍ତ ଯୋଜନାରେ କିଭଳି ସାମିଲ ହୋଇ ପାରିବେ ସେନେଇ ମତବ୍ୟକ୍ତ କରିଥିଲେ । ସେହିପରି ବସ୍ତିରରେ ବସବାସ କରୁଥିବା ଅନେକ ପିଲା, ଯୁବକ ଯୁବତୀଙ୍କ ମଧ୍ୟରେ ଲୁଚି ରହିଥିବା କଳାର ବିକାଶ କିପରି ହୋଇପାରିବ ସେନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇଥିଲା । ଅତିଥି ମାନେ ସଂଗୀତ ଏବଂ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ, ଦ୍ୱିତୀୟ, ତୃତୀୟ ହୋଇଥିବା କଳାକାରଙ୍କୁ ଅତିଥି ମାନେ ଟ୍ରଫି ପ୍ରଦାନ କରିଥିଲେ । ମୁକାମେଶ୍ୱର ଗ୍ରାମର ମହିଳା ମାନେ ସେମାନଙ୍କ ସାହିରେ ଉପୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସିଏମସିର ଡେପୁଟି କମିଶନର ଶ୍ୱେତପଦ୍ମା ଶତପଥୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଦିତ୍ୟ ନାରାୟଣ ଦାସ ,ଅଜିତ କୁମାର ପଟ୍ଟନାୟକ, ପ୍ରଭାତ କୁମାର ସ୍ୱାଇଁ ଏବଂ ୧୦ ଗୋଟି ବସ୍ତି ସାହିର ସଭାପତି, ସଂପାଦ ,କୋଷାଧ୍ୟକ୍ଷ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

Exit mobile version